ଗୋରୁ ହତ୍ୟା ଅଭିଯୋଗରେ ଦୁଇ ଯୁବକ ଗିରଫ, ପୋଲିସର ତଦନ୍ତ ଆରମ୍ଭ

ଆନନ୍ଦପୁର,୨। ୫(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ହୁଡ଼ି ସାହିରେ ଏକ ଜିଅନ୍ତା ଗୋରୁକୁ ହତ୍ୟା କରିବା ଓ କାଟିବା ଅଭିଯୋଗରେ ଶୁକ୍ରବାର ପୋଲିସ ୨ ଯୁବକଙ୍କୁ ଗିରଫ କରିଛି। ସେମାନେ ହେଲେ ବାଉଁଶଗଡ଼ ଗ୍ରାମର ଜଗନ୍ନାଥ ବେହେରା ଏବଂ ଦୁଡୁଗାଁ ଗ୍ରାମର ରାଜୁ ବେହେରା। ଏ ନେଇ ପୋଲିସ ଏକ ମାମଲା (୬୯/୩୦) ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ ହୋଇଛି।
ଥାନାରୁ ମିଳିଥିବା ସୂଚନା ମୂତାବକ, ଯୁବକ ଦ୍ୱୟ ଏକ ଗୋରୁ କିଣିଆଣି ତାକୁ ହତ୍ୟା କରିଥିଲେ। କାଠକଟା ହୁଡିସାହି ନିକଟରେ ଗୋରୁକୁ କାଟିବା ସମୟରେ ଲୋକ ଲୋଚନକୁ ଆସିବାରୁ ତୀବ୍ର ବିରୋଧ କରାଯାଇଥିଲା।