ଗୋରୁ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ ଜବତ

ଭଦ୍ରକ ଅଫିସ,୨୯।୧୦: ଭଦ୍ରକ ଟାଉନ ଥାନା ଅଧୀନ ମୋଟେଲ ଛକରୁ ସୋମବାର ବିଳମ୍ବିତ ରାତିରେ ଗୋରୁ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ ଜବତ ହୋଇଛି।
ସୂଚନାଯୋଗ୍ୟ, କୌଣସି ସୂତ୍ରରୁ ଖବରପାଇ ସ୍ଥାନୀୟ କେତେକ ଯୁବକ ପିକ୍‌ଅପ୍‌ ଗାଡ଼ିକୁ ଅଟକାଇଥିଲେ। ପରେ ଏହାକୁ ନେଇ ସେଠାରେ ଉତ୍ତେଜନା ଦେଖାଦେଇଥିଲା। ଖବରପାଇ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୋରୁଙ୍କୁ ଉଦ୍ଧାର କରିବା ସହ ଡ୍ରାଇଭରଙ୍କୁ ଅଟକ ରଖିଛି। ଏଥିସହ ଉକ୍ତ ଗାଡ଼ିକୁ ଜବତ କରିଛି। ଉକ୍ତ ଗାଡ଼ିଟି ପାଣିକୋଇଲିରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ସୂଚନା ମିଳିଛି।