ଗୋରୁ ବୋଝେଇ ଗାଡ଼ି ଜବତ

ରାଇରଙ୍ଗପୁର,୧୭।୬(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ବିଶୋଇ ନିକଟସ୍ଥ ୪୯ନଂ. ଜାତୀୟ ରାଜପଥର ବାଇପାସ୍‌ ଛକରେ ସୋମବାର ରାତିରେ ପୋଲିସ ଏକ ଗୋରୁ ବୋଝେଇ ଗାଡ଼ି ଜବତ କରିଛି। ଏହି ଘଟଣାରେ ୨ ଜଣ ଗିରଫ ହୋଇଥିତ୍ବା ବିଶୋଇ ଥାନା ଅଧିକାରୀ ଫଣିଭୂଷଣ ନାୟକ କହିଛନ୍ତି। ଏନେଇ ଥାନାରେ ଏକ ମାମଲା (ନଂ.୫୩/୨୦୨୦) ରୁଜୁ ହୋଇଛି। ଅଭିଯୁକ୍ତ ଦ୍ୱୟ ହେଲେ ବାଦାମପାହାଡ଼ ଥାନା ଅନ୍ତର୍ଗତ ଦେଓଗାଁ ଗ୍ରାମର ସେକ୍‌ ପପୁ ଏବଂ ତାଙ୍କ ସହଯୋଗୀ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧୀନ ଟେଣ୍ଟପୋଷି ଗ୍ରାମର ସେକ୍‌ ଫିର୍‌ଦୋସ। ଅଭିଯୁକ୍ତ ଦ୍ୱୟ ଏକ ପିକ୍‌ଅପ୍‌ ଭ୍ୟାନ୍‌ରେ ୮ଟି ଗୋରୁଙ୍କୁ ନେଇ ପଶ୍ଚିମବଙ୍ଗ ଚାଲାଣ କରୁଥିତ୍ବା ବେଳେ ପୋଲିସ ଗାଡ଼ିକୁ ଜବତ କରିଥିଲା।