Categories: ଜାତୀୟ

ଗୋମୂତ୍ର, ଗୋବର ଦ୍ୱାରା ଭଲ ହେବ କରୋନା ଭାଇରସ: ଭାଜପା ବିଧାୟିକା

ଗୁଆହାଟୀ,୩।୩: କରୋନା ଭାଇରସ ଏବେ ସାରା ବିଶ୍ୱକୁ ବ୍ୟାପିଥିବା ବେଳେ ଏହାର ଏକ ଅଦ୍ଭୁତ ଚିକିତ୍ସା ପଦ୍ଧିତି ବିଷୟରେ କହିଛନ୍ତି ଭାରତୀୟ ଜନତା ପାର୍ଟି ବିଧାୟିକା ସୁମନ ହରିପ୍ରିୟା। ସୋମବାର ଆସାମ ବିଧାନସଭାରେ ହରିପ୍ରିୟ କହିଛନ୍ତି, ମୋତେ ଲାଗୁଛି ଗୋମୂତ୍ର ଓ ଗୋବର ଦ୍ୱାରା ନଭେଲ କରୋନା ଭାଇରସର ଚିକିତ୍ସା କରାଯାଇ ପାରିବ। ଗାଈ ଏମିତି ଏକ ମୂଲ୍ୟବାନ ସମ୍ପତି ଯାହା ମାଧ୍ୟମରେ ବିଭିନ୍ନ ରୋଗର ଔଷଧ ପ୍ରସ୍ତୁତ କରାଯାଇ ପାରୁଛି। ଏମିତିକି କ୍ୟାନସର ଭଳି ମାରାତ୍ମକ ରୋଗ ପାଇଁ ମଧ୍ୟ ଗାଈ ମାଧ୍ୟମରେ ଔଷଧ ତିଆରି କରାଯାଉଛି। ସେଥିପାଇଁ ଗୁଜରାଟର ଏକ ଆୟୁର୍ବେଦ ହସ୍ପିଟାଲରେ କ୍ୟାନସର ରୋଗୀଙ୍କୁ ଗୋମାତା ସହ ରହିବାକୁ ଅନୁମତି ପ୍ରଦାନ କରାଯାଇଛି ବୋଲି ସେ କହିଛନ୍ତି। ଆଉ ଗୋମୂତ୍ରରୁ ପ୍ରସ୍‌ୁତ ପଞ୍ଚମରିତ ମଧ୍ୟ ସେମାନଙ୍କୁ ଦିଆଯାଉଛି। ସୂଚନାଯୋଗ୍ୟ, ଚାଇନାରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ପାଖାପାଖି ୬୦ ଦେଶକୁ ବ୍ୟାପିଥିବା ବେଳେ ଏବେ ପର୍ଯନ୍ତ ଏହାର ସଠିକ୍‌ ଚିକିସା ପଦ୍ଧତି ମିଳିପାରି ନାହିଁ। ଚାଇନାରେ ଏବେସୁଦ୍ଧା କରୋନା ଭାଇରସରେ ପୀଡିତ ଥିବା ୩ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୮୯ ହଜାର ସଂକ୍ରମିତଙ୍କୁ ଚିହ୍ନଟ କରାଯାଇ ସାରିଲାଣି।

Share