Categories: ଜାତୀୟ

ଗୋଦାବରୀରେ ବୁଡିଲା ପର୍ଯ୍ୟଟକଙ୍କ ବୋଟ୍‌

ପୂର୍ବ ଗୋଦାବରୀ,୧୫।୯: ଆନ୍ଧ୍ର ପ୍ରଦେଶ ପୂର୍ବ ଗୋଦାବରୀ ଜିଲା ଦେବୀପାଟନମଠାରେ ଗୋଦାବରୀ ନଦୀରେ ପର୍ଯ୍ୟଟକଙ୍କର ଏକ ବୋଟ୍‌ ବୁଡିଯାଇଥିବା ସୂଚନା ମିଳିଛି। ଏଥିରେ ପ୍ରାୟ ୬୦ଜଣ ଯାତ୍ରୀ ଥିବା କୁହାଯାଉଛି। ତୁରନ୍ତ ଉଦ୍ଧାର କାର୍ଯ୍ୟପାଇଁ ଦୁଇଟି ଏନ୍‌ଡିଆର୍‌ସ୍‌ଏଫ୍‌ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚିଛନ୍ତି ।ମୃତାହତଙ୍କ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ।

Share