Categories: ଜାତୀୟ

ଗୋଟେ ପାରା ଧରିଲେ ହଜାରେ ଟଙ୍କା ପୁରସ୍କାର

ବଡ଼ୋଦରା,୭।୧୨: ଗୁଜରାଟ ବଡ଼ୋଦରା ବିମାନ ବନ୍ଦର କର୍ତ୍ତୃପକ୍ଷ ଏକ ନିଆରା ପୁରସ୍କାର ଘୋଷଣା କରିଛନ୍ତି। ବିମାନ ବନ୍ଦର କାର୍ଯ୍ୟାଳୟର ୨୫ ମିଟର ଉଚ୍ଚରେ ପାରା ବସା କରିଛନ୍ତି। ସେଠାରେ ୧୬ ପାରା ରହିଛନ୍ତି। ପାରାଙ୍କୁ ଘଉଡ଼େଇବା ପାଇଁ ବିମାନବନ୍ଦର କର୍ତ୍ତୃପକ୍ଷ ନାନା ଉପାୟ କରିବା ପରେ ବି ଅସଫଳ ରହିଛନ୍ତି। ତେଣୁ ଗୋଟେ ପାରା ଧରିବା ଲାଗି ହଜାରେ ଟଙ୍କା ପୁରସ୍କାର ଘୋଷଣା କରାଯାଇଛି। ବନ୍ଦର ନିର୍ଦ୍ଦେଶକ ଚରନ ସିଂ ପାରା ଧରିଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଏହି ପୁରସ୍କାର ଦିଆଯିବ ବୋଲି କହିଛନ୍ତି। ସୂଚନାଯୋଗ୍ୟ ଏହି ବିମାନ ବନ୍ଦର ନିର୍ମାଣରେ ୧୬୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

Share