Categories: ଜାତୀୟ

ଗୋଟିଏ ସପ୍ତାହ ମଧ୍ୟରେ ଖୋଲିବ ଜିମ୍‌-ସେଲୁନ !

ମୁମ୍ବାଇ,୨୫।୬: କରୋନା ଭାଇରସ ସଂକ୍ରମଣକୁ ଦେଖି ଦେଶରେ ଲକ୍‌ଡାଉନ ଜାରି କରାଯିବା ସହ ଜିମ୍‌, ସେଲୁନ୍‌, ମଲ୍‌, ସିନେମା ହଲ୍‌, ଧାର୍ମିକ ଅନୁଷ୍ଠାନ ଆଦିକୁ ବନ୍ଦ କରି ଦିଆଯାଇଥିଲା। ଏବେ ଲକ୍‌ଡାଉନ ନିୟମରେ କୋହଳ ହୋଇଥିଲେ ମଧ୍ୟ ଅଧିକାଂଶ ରାଜ୍ୟରେ ମଲ୍‌, ସିନେମା ହଲ୍‌, ଜିମ୍‌, ସେଲୁନ ଆଦିକୁ ଖୋଲିବାକୁ ଅନୁମତି ପ୍ରଦାନ କରାଯାଇ ନାହିଁ। ଏବେ ମହାରାଷ୍ଟ୍ର ସରକାର ଗୋଟିଏ ସପ୍ତାହ ମଧ୍ୟରେ ଜିମ୍‌ ଓ ସେଲୁନ ଖୋଲିିବା କଥା ଚିନ୍ତା କରୁଥିବା କହିଛନ୍ତି ମନ୍ତ୍ରୀ ଅସଲମ ଶେଖ। ଏଥିପାଇଁ ନୂଆ ଗାଇଡ ଲାଇନ୍ସ ସରକାର ଆଣିପାରନ୍ତି। ତେବେ ଧାର୍ମିକ ଅନୁଷ୍ଠାନ ଖୋଲିବାକୁ ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆ ଯାଇ ନ ଥିବା ସେ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ଏବେ ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୪୨,୯୦୦ରେ ପହଞ୍ଚିଛି। ରାଜ୍ୟମାନଙ୍କ ମଧ୍ୟରେ ମହାରାଷ୍ଟ୍ରର ସ୍ଥିତି ଉଦ୍‌ବେଗଜନକ ଥିବା ବେଳେ ସରକାରଙ୍କ ଏହି ନିଷ୍ପତ୍ତିକୁ ନେଇ ଏବେ ଆଲୋଚନା ହେଉଛି।

Share