ଗୋଟିଏ ସଂକଳ୍ପ

ଦ୍ୱିତୀ ଚନ୍ଦ୍ର ସାହୁ

ନୂଆ ବର୍ଷ ଲାଗି ପିଲାଙ୍କ ସବୁ ସଜବାଜ ଚାଲିଥିଲା। ନୂଆ ବଷର୍ର୍ର ପ୍ରଥମ କିରଣ କେଉଁଠି ଦେଖିବେ। ତା’ପୂର୍ବ ରାତିରେ ଜିରୋ ନାଇଟ କେମିତି ପାଳନ ହେବ ା କ’ଣ ସବୁ ନୂତନପଣକୁ ଆପଣେଇ ମଧ୍ୟରାତ୍ରିରେ ନୂଆ ବର୍ଷକୁ ସ୍ବାଗତ କରାଯିବ। ଅନେକ ଆଲୋଚନା ପରେ ପ୍ରାୟ ଏକପ୍ରକାର ନିଷ୍ପତ୍ତିରେ ପହଞ୍ଚତ୍ଗଲେ ା କରୋନାକୁ ବିଦାୟ ଦେଇ ନୂଆ ସମ୍ଭାବନାର ସମୟକୁ ସ୍ବାଗତ କରିବା ଲାଗି ସତେଯେମିତି ବ୍ୟସ୍ତ ହୋଇପଡୁଥିଲେ ଯୁବ ବର୍ଗ। ଯଦିଓ କରୋନା ପୁଣି ଫେରିବା ଫେରିବା ହେଉଛି ା ଏଇ ସମୟରେ ଜଣେ ଚିତ୍କାର କରି ଘୋଷଣା କଲା – ସବୁ ଗଲାରେ! ଆଉ ଜିରୋ ନାଇଟ ପାଳନ ହେବନି ା
ପାର୍ଟି ହେବନାହିଁି ସରକାର ଘୋଷଣା କଲେ। ନିଜର ମୋବାଇଲର ମେସେଜକୁ ପଢି ଶୁଣାଇଲା ଅବିକଳ ସେ। ଏଥର ଝାଉଁଳି ଯାଇଥିବା ଲତାଟିଏ ପରି ସବୁ ଯେଝା ସ୍ଥାନରେ ଚଟାଣରେ ଲୋଟି ପଡିଲେ। କିଏ ତଳକୁ ବିଧା ବିଧା ଦେଇ ରାଗ ଝାଡୁଥିଲା। କେହି କେହି ଭଦ୍ର ଗାଳି ମଧ୍ୟ ଆରମ୍ଭ କଲେ। ଖବର ଏକ ଦାରୁଣ ଦୁଃଖ ଆଣି ଦେଇଥିଲା ଯେମିତି। କିଛି ସମୟ ପରେ ଭଙ୍ଗା ମନକୁ ଗଢିବା ପାଇଁ ପୁନଃ ପ୍ରସ୍ତୁତି ଲାଗି ଜଣେ କେହି କାର୍ଯ୍ୟକ୍ରମକୁ ବଦଳେଇବାକୁ ପ୍ରସ୍ତାବ ଦେଲା। ସେଇଠୁ ଝାଉଁଳି ଯାଇଥିବା ଲତାଟି ପାଣି ପାଇବା ପରେ ସାମାନ୍ୟ ଜିଇବାର ସମ୍ଭାବନାକୁ ପ୍ରଦର୍ଶିତ କରୁଥିବା ମୁଦ୍ରାରେ ସମସ୍ତେ ତୁରନ୍ତ ଆଲୋଚନାରେ ମଗ୍ନ ହେଲେ। ଶେଷରେ ନିଷ୍ପତ୍ତି ହେଲା କୌଣସି ଏକ ଛାତରେ ଥିବା ଏକାକୀ ରୁମ ଭିତରେ ଯେମିତି ହେଉ ସେଲିବ୍ରେସନ ହେବ ହିଁ ହେବ ା ବାହାରକୁ କୋଳାହଳ ଯେମିତି ଶୁଭିବ ନାହିଁ। କିନ୍ତୁ ପାର୍ଟି ହେବ ା
ଆଉ ଅଭିନନ୍ଦନ ଜଣାଇବାର ଆସର ହେବ। ଏତିକିବେଳେ ଘର ଭିତରୁ ଆସି ସେତେବେଳୁ ଶୁଣୁଥିବା ଜଣେ ବୟସ୍କ ମଣିଷ ପଚାରିଲେ – ଆଚ୍ଛା!
ନୂଆ ବର୍ଷ ପାଳନ କ’ଣ ପାଇଁ କରୁଛ ପିଲେ? ବେଧଡକ ଭାବେ ଉତ୍ତର ଆସିଲା – ଓଭିଅସଲି େଓଲକମ ପାଇଁ ଜେଜେ! ନୂଆ ସମୟକୁ ସ୍ବାଗତ କରି ସେଲିବ୍ରେସନ ହେବ! ବାସ ଆଉ କ’ଣ ? ସତ କହିବାକୁ ଗଲେ ଏମିତିିରେ ହିଁ ଆମ ନୂଆ ବର୍ଷ ସବୁ ପାଳନ ହେଉଛି ା ପ୍ରତିବର୍ଷ ଆନନ୍ଦ ଉଲ୍ଲାସରେ ଜିରୋ ନାଇଟ ପାଳନ ହେଉଛି। ଭୋଜିଭାତ, ଉପହାର ପ୍ରଦାନ ଓ ଅଭିନନ୍ଦନ ବାର୍ତ୍ତା ଭିତରେ ସମସ୍ତେ ନୂଆ ସମୟକୁ ସ୍ବାଗତ କରୁଛୁ। ଧାର୍ମିକ ପୀଠକୁ ଯାଇ ପ୍ରାର୍ଥନା ବି କରୁଛୁ ନୂଆ ବର୍ଷ ଶୁଭମୟ ଓ ଶାନ୍ତିମୟ ହେଉ ା ସେଇତକ ବି ଧୀରେ ଧୀରେ କମିଗଲାଣି। ଅଳ୍ପ ପ୍ରତିଶତ ଲୋକେ ଈଶ୍ୱରଙ୍କ ଶରଣାପନ୍ନ ହୋଇ ଦୁର୍ଲ୍ଲଭ କାମନା କରୁଛନ୍ତି ା କିନ୍ତୁ ବିଗତ ଏକ ଦଶନ୍ଧି ଭିତରେ ମଣିଷ ଏଇ ସମୟରେ ଅଧିକା ଉତ୍ସବ ମନସ୍କ ହୋଇପଡିଛି ା ନାନା ପ୍ରକାର ଯାବତୀୟ ଅସ୍ବାଭାବିକ ଆଚରଣ ଜରିଆରେ ନୂଆ ବର୍ଷକୁ ସ୍ବାଗତ କରୁଛୁ ା ଯଦିଓ ରାଶି ରାଶି ସମସ୍ୟା ଭିତରେ ଆମେ ଶଢୁଛୁ ା ସମୟ ଆସୁଛି ା ଚାହୁଁ ଚାହୁଁ ଏମିତି ହାତ ଠାରି ଚାଲି ଯାଉଛି। ତା’ରି ଭିତରେ ଅନେକ ବିପର୍ଯ୍ୟୟର ସାମ୍ନା କରୁଛି ଜୀବଜଗତ।
ଭୂତାଣୁ ହେଉ କି ପ୍ରାକୃତିକ ବିପର୍ଯ୍ୟୟ ପ୍ରତିଥର ଦାରୁଣ ପ୍ରହାରରେ ଜଡସଡ ହୋଇଛି ମାନବ ଜାତି। ପରିସ୍ଥାନ ଓ ପରିବେଶ କ୍ରମଶଃ ବେପଥୁ ହୋଇପଡୁଛି। ସାମାଜିକ ଶୃଙ୍ଖଳା ହରାଇ ବସିଛୁ ା ଆମ ଭିତରେ ପ୍ରତିବଦ୍ଧତା ନାହିଁ ା ସାମାଜିକ ଦାୟିତ୍ୱବୋଧ ତ ଆଦୌ ନାହିଁ କହିଲେ ଚଳେ। ପରର ଦୁଃଖରେ ସୁଖୀ ହେବାର ଗୋଟେ ମାନସିକତା ଅଲକ୍ଷ୍ୟରେ ଆମ ଭିତରେ ବୃଦ୍ଧି ପାଇଛି ା
ମାନବିକତା ହଜିଗଲାଣି। ଏକାଧିକ ଯନ୍ତ୍ର ଉପରେ ଆଶ୍ରିତ ହୋଇ ମଣିଷ ଭିତରର ମଣିଷପଣିଆକୁ ମାରିଦେଲୁଣି। ସବୁଠି ସହଜ ସରଳ ଓ ଅଳ୍ପରେ ଅନେକ ପ୍ରାପ୍ତିର କ୍ଷୁଧା ବଢିଗଲାଣି ା ତେଣିକି ପଛେ ଯାହା ଧ୍ୱଂସ ହୋଇଯାଉ କିଛି ସମସ୍ୟା ନାହିଁ। କରୋନାର ବିପର୍ଯ୍ୟୟରେ ସମଗ୍ର ପୃଥିବୀ ଅନେକ କିଛି ଶିଖିବାକୁ ବାଧ୍ୟ ହୋଇଛି। ସମ୍ଭବତଃ ଏହା ପରିବର୍ତ୍ତନର କାରକ ହୋଇ ବି ଉଭା ହୋଇଛି। ନିଜକୁ ବଦଳେଇବା ସହ ସମାଜକୁ ବଦଳେଇବାର ବାର୍ତ୍ତା ଆଣିଦେଇଛି। ଆମେ ଅବଶ୍ୟ ହଠାତ ଦସ୍ୟୁ ରତ୍ନାକରରୁ ସାଧୁ ହୋଇପାରିବାନି।
ଏତେ ସହଜ ନୁହେଁ। ଯେଉଁ ମାତ୍ରାରେ ଆଗକୁ ବଢିଯାଇଛୁ ସେଇ ହାରରେ ପଛକୁ ବି ଫେରିବା ସହଜ ନୁହେଁ। କିନ୍ତୁ ଅସମ୍ଭବ ନୁହେଁ ା
ନୂଆ ବର୍ଷ ଆରମ୍ଭ ହୋଇଛି ା ଆମେ ସ୍ବାଗତ କରୁଛୁ ନୂଆ ସମୟକୁ। ଦୁଇ ହଜାର କୋଡିଏର ଅସୁମାରୀ ଦୁଃଖ ଓ ବିପର୍ଯ୍ୟୟକୁ ଭୁଲିବାକୁ ପ୍ରୟାସ କରୁଛୁ। ସୁଖର କଥା। ପଛର ଦୁର୍ଦ୍ଦିନ ସମୟକୁ ଭୁଲିବାକୁ ହେବ ା ଆଗକୁ ବଢିବାକୁ ହେବ ା ଆଗକୁ ବଢିବା ଲାଗି ଏବେ ଆମ ଆଗରେ ଅନେକ ଚ୍ୟାଲେଞ୍ଜ। ବୃତ୍ତି, ପ୍ରବୃତ୍ତି, ଜୀବନ ଜୀବିକା, ବିପର୍ଯ୍ୟୟ, କଳୁଷିତ ପରିବେଶ ଭଳି ବହୁ ସମସ୍ୟା ସହ ଯୁଝିବାକୁ ହେବ। ଏଇକ୍ରମରେ ଆମେ ନିଜ ନିଜ ସ୍ତରରେ ଛୋଟିଆ ପ୍ରୟାସ ଆରମ୍ଭ କରାଯାଉ ା
ବର୍ଷକୁ ଅନ୍ତତଃ ନିଜ ଭିତରର ଗୋଟିଏ ବିକାରକୁ ମାରି ଦିଆଯାଉ। ପ୍ରତିବର୍ଷ ନିର୍ଦ୍ଦିଷ୍ଟ ଏକ ମହତ୍‌ କାର୍ଯ୍ୟରେ ନିଜକୁ ସାମିଲ କରାଯାଉ। ସାମାଜିକ ଅଙ୍ଗୀକାରବଦ୍ଧତା ନିଜ ଭିତରେ ଜାଗ୍ରତ ହେଉ।
ଗୋଟିଏ ଦିଗ ପ୍ରତି ଦୃଷ୍ଟି ଦେଇ ସାମାଜିକ ହିତରେ ବର୍ଷର କିଛି ସମୟ ବ୍ୟୟ କରାଯାଉ। ପ୍ରତିଟି ମଣିଷ ଭିତରେ ଚେତନାର ଗୋଟିଏ ଦିଗ ଉନ୍ମିଳିତ ହେଉ। ନୂଆ ବର୍ଷକୁ ସ୍ବାଗତ କରିବା ସହ ନିଜ ପାଇଁ ଗୋଟିଏ ମାତ୍ର ସଂକଳ୍ପ ନିଆଯାଉ ଏବଂ ତାକୁ ବର୍ଷତମାମ କାର୍ଯ୍ୟରେ ବିନିଯୋଗ କରାଯାଉ।
ହୁଏତ ବିନ୍ଦୁ ବିନ୍ଦୁ ହୋଇ ସିନ୍ଧୁର ଜୁଆର ସୃଷ୍ଟି ହେବ।
ନିଜର ଗୁଣ୍ଡିଚି ମୂଷାର ପ୍ରୟାସରେ ସାମାଜିକ ପରିବର୍ତ୍ତନର ନୂଆ ସେତୁ ବାନ୍ଧି ହୋଇପାରିବ।
ଜେଜେଙ୍କ ଏଇ ମନସ୍ତାତ୍ତ୍ୱିକ ବିଚାର ସମସ୍ତଙ୍କ ମନକୁ ପାଇଲା। ପିଲାମାନେ କାଳେ ସଂକଳ୍ପ ନେଲେ ଏଇ ବର୍ଷ ମିତବ୍ୟୟୀ ହେବେନି ଏବଂ ନିଜ ସାହିକୁ ସଫା ରଖିବେ। ଏଣିକି ଆପଣଙ୍କ ପାଳି। ଭେଟୁଥିବା ସମୟ ଆପଣଙ୍କ ହାତ ଭରି ସ୍ବପ୍ନିଳ ସଫଳତା ଆଣିଦେଉ ା ତା’ ସହିତ ନିଜେ ନିଜେ ଗୋଟିଏ ସଂକଳ୍ପ ନିଅନ୍ତୁ। ନିଜର ପ୍ରତିବଦ୍ଧତାକୁ ପ୍ରଦର୍ଶିତ କରନ୍ତୁ। ହୁଏତ ଏହା ଆପଣଙ୍କ ପରିବାରକୁ ନୂଆ ଦିଶା ଦେଇପାରିବ!
ଇନ୍ଦିରା ନଗର, ୪ର୍ଥ ଗଳି, ରାୟଗଡ
ମୋ-୯୫୫୬୨୮୭୭୭୫


Enter your email to get our daily news in your inbox.

All Right Reserved By Dharitri.Com

ସୁଯୋଗରୁ ଫାଇଦା

ନଭେମ୍ୱର ୪, ୨୦୧୩ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ୧୨୦ରୁ ଅଧିକ ଭାରତୀୟ ଦୂତାବାସର ମୁଖ୍ୟମାନଙ୍କ ସହ କଥା ହୋଇ ତାଙ୍କ ବୈଦେଶିକ ନୀତିକୁ ସ୍ପଷ୍ଟ କରୁଥିବା…

ଧୈର୍ଯ୍ୟ, କ୍ଷମା ଲୋଡ଼ା

ହୃଦୟରେ ଅନ୍ୟ ପ୍ରତି ଏପରିକି ପରମ ଶତ୍ରୁ ପ୍ରତି କୌଣସି ପରିସ୍ଥିତିରେ ଘୃଣାଭାବ ପୋଷଣ ନ କରି କ୍ଷମା, ଅନୁକମ୍ପା, କରୁଣା, ତିତିକ୍ଷା, ଦୟା ଭାବ ପ୍ରଦର୍ଶନକରିବା…

ଜଳ ହିଁ ଜୀବନ

ଜଳର ଅନ୍ୟ ନାମ ଜୀବନ। ମଣିଷପାଇଁ ଉପଲବ୍ଧ ଅତ୍ୟାବଶ୍ୟକ ପ୍ରାକୃତିକ ଉପାଦାନ ମଧ୍ୟରେ ଜଳ ଅନ୍ୟତମ। କେବଳ ମଣିଷ ନୁହେଁ, ସମଗ୍ର ପ୍ରାଣୀ ଓ ଉଦ୍ଭିଦଜଗତ ପାଇଁ…

ରାଲିରେ ବୈଷୟିକ ତ୍ରୁଟି

ରାଜସ୍ଥାନ ବାଂଶୱାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲିରେ ଦଶ ମିନିଟ୍‌ର ଏକ ବୈଷୟିକ ତ୍ରୁଟି ଯୋଗୁ ସ୍କ୍ରିନ୍‌ କିଛି ସମୟ ପାଇଁ ଶୂନ୍ୟ ହୋଇଯାଇଥିଲା। ଏହି ଘଟଣା…

ସ୍ବାର୍ଥ ଓ ପରମାର୍ଥ

ଯୁଗେ ଯୁଗେ ଆମ ସମାଜରେ ସ୍ବାର୍ଥ ଓ ପରମାର୍ଥକୁ ନେଇ ଅନେକ ବାଦବିବାଦ ଓ ତର୍କବିତର୍କ ରହି ଆସିଛି। ସାଧାରଣ ଭାବେ ସମସ୍ତେ କୁହନ୍ତି ସାଂସାରିକ ବନ୍ଧୁମାନେ…

ତିରୁପତିରେ ଉତ୍କଳ ପୀଠ

ବିଶ୍ୱରେ ଅନେକ ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମନ୍ଦିର ଅଛି। ତେବେ ମହାପ୍ରଭୁଙ୍କ ସଂସ୍କୃତି ଉପରେ ଗବେଷଣା ପାଇଁ ସୁଦୂର ଆନ୍ଧ୍ରପ୍ରଦେଶର ତିରୁପତି ନଗରରେ ଏକ ଉତ୍କଳ ପୀଠ…

ସମ୍ବଳ ପ୍ରତିଯୋଗିତାର ନୂଆ ଯୁଗ

ବୈଶ୍ୱିକ ବ୍ୟବସ୍ଥା ଏବେ ଚାପରେ। ଖଣିଜ ଓ ଶକ୍ତି ନିୟନ୍ତ୍ରଣ ପାଇଁ ବୃଦ୍ଧି ପାଉଥିବା ତୀବ୍ର ପ୍ରତିଯୋଗିତାକୁ ଜାତୀୟ ସୁରକ୍ଷାର ବିଷୟ ଭାବେ ଦେଖାଯାଉଛି। ଭେନେଜୁଆଲାଠାରୁ ଆରମ୍ଭ…

ଦୁଇ ଭିନ୍ନ ଦେଶ

ଚାଇନା ଓ ଭାରତକୁ ବହୁ ସମୟରେ ରାଜନୈତିକ ରୂପେ ସ୍ୱତନ୍ତ୍ର ତଥା ବିକାଶଶୀଳ ଦେଶ ଭାବେ ତୁଳନା କରାଯାଏ। ତାହା ଭ୍ରମାତ୍ମକ। ଚାଇନା ହେଉଛି ସର୍ୱପ୍ରଥମ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri