Categories: ଜାତୀୟ

ଗୋଟିଏ ମେସେଜ୍‌ ୪୪ ଜଣ ସାଥୀଙ୍କୁ ଏକାଠି କଲା

ରତଲାମ,୨୧।୭: ଆଧୁନିକ ଯୁଗରେ ସମସ୍ତେ ମୋବାଇଲ ମାନିଆ ହୋଇଥିବା ବେଳେ ଏବେ ହ୍ବାଟସ୍‌ ଆପ୍‌ ମଧ୍ୟ ଅନେକ ସମୟରେ ଦୂରରେ ଥିବା ବନ୍ଧୁଙ୍କୁ ଏକାଠି କରିବାରେ ସାହାଯ୍ୟ କରୁଛି। ଏମିତି ଏକ ଉଦାହରଣ ସୃଷ୍ଟି କରିଛନ୍ତି ଭୋପାଳର ୪୪ ଜଣ ବନ୍ଧୁ। ଆଉ ଏମାନେ ମିଶି କରଜରେ ବୁଡି ଯାଇଥିବା ଜଣେ ବନ୍ଧୁଙ୍କୁ ଉଦ୍ଧାର କରିଛନ୍ତି। ଅସଲ ଘଟଣା ହେଲା ଭୋପାଳର ଜଣେ ବ୍ୟବସାୟୀ ବ୍ୟାଙ୍କରୁ ଋଣ ଆଣି ବ୍ୟବସାୟ କରିଥିଲେ। ହେଲେ ଏଥିରେ କ୍ଷତି ହେବା ଫଳରେ ତାଙ୍କ ଉପରେ ଲକ୍ଷାଧିକ ଟଙ୍କର ଋଣ ବୋଝ ପାଲଟି ଯାଇଥିଲା। ସେ ଏକଥା ଅଷ୍ଟ୍ରେଲିଆରେ ଥିବା ତାଙ୍କର ଜଣେ ସାଙ୍ଗଙ୍କୁ କହିଥିଲେ। ଆଉ ଜୁନ୍‌ ୩୦ ସୁଦ୍ଧା ଋଣ ପରିଶୋଧ ନ କଲେ ତାଙ୍କ ଘର ବିକ୍ରି ହୋଇଯିବ ବୋଲି ମଧ୍ୟ କହିଥିଲେ। ଏକଥା ଜାଣିବା ପରେ ଅଷ୍ଟ୍ରେଲିଆରେ ଥିବା ତାଙ୍କର ବନ୍ଧୁ ଜଣଙ୍କ ହ୍ବାଟସ୍‌ ଆପ୍‌ରେ ଏକ ଗ୍ରୁପ ତିଆରି କରି ଏଥିରେ ଥିବା ୪୪ ଜଣ ସାଙ୍ଗକୁ ଏଥିପାଇଁ କିଛି କିଛି ଅର୍ଥ ସାହାଯ୍ୟ ଦେବାକୁ କହିଥିଲେ। ତାହାପୁଣି ସର୍ତ୍ତରେ। ସର୍ତ୍ତ ଥିଲା ଅର୍ଥ ଦେବା ସମୟରେ ଏହା ଯେଉଁ ସାଙ୍ଗକୁ ଦିଆଯାଉଛି ତାକୁ ଏ ବିଷୟରେ ଯେମିତି କିଛି ପଚରା ନ ଯାଏ। ଶେଷରେ ତାହାହିଁ ହେଲା ସମସ୍ତେ୨୫ ହଜାର ଲେଖାଁ ଟଙ୍କା ଏକ ନିର୍ଦ୍ଦିଷ୍ଟ ଆକାଉଣ୍ଟରେ ଜମା କରିବାରୁ ଦେବାଳିଆ ହୋଇଯାଇଥିବା ବନ୍ଧୁଙ୍କ ପାଖରେ ରାତାରାତି ପହଞ୍ଚିଲା ୧୧ ଲକ୍ଷ ଟଙ୍କା। ଆଉ କିଛି ନ ପଚାରି ତାଙ୍କୁ ବ୍ୟାଙ୍କର ଋଣ ପରିଶୋଧ କରିବାକୁ ସାଙ୍ଗମାନେ କହିଥିଲେ। ଅର୍ଥାତ୍‌ ଜୁନ୍‌ ୨୯ରେ ଭୋପାଳର ସେହି ବ୍ୟବସାୟୀ ଓ୍ବାନ ଟାଇମ୍‌ ସେଟଲମେଣ୍ଟରେ ୧୧ହଜାର ଟଙ୍କା ପଇଠ କରି ଋଣ ମୁକ୍ତ ହୋଇଥିଲେ।

Share