Categories: ଜାତୀୟ

ଗୋଟିଏ ମାସରେ କୋଟା ହସ୍ପିଟାଲରେ ୧୦୦ ଶିଶୁ ମୃତ୍ୟୁ, କଂଗ୍ରେସ ଉପରେ ବର୍ଷିଲା ଭାଜପା

କୋଟା,୨।୧: ରାଜସ୍ଥାନ କୋଟା ସ୍ଥିତ ଜେ.କେ. ଲୋନ ହସ୍ପିଟାଲରେ ଗତ ଡିସେମ୍ବର ମାସରେ ୧୦୦ ଜଣ ଶିଶୁଙ୍କ ମୃତ୍ୟୁ ଘଟିଲାଣି। ଗତ ୨ ଦିନ ମଧ୍ୟରେ ଏଠାରେ ୯ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ରାଜସ୍ଥାନର ଅଶୋକ ଗେହଲଟ ସରକାର, କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ଏଭଳି ଶିଶୁ ମଡ଼କ ବାବଦରେ କେବେ ମୁହଁ ଖୋଲିବେ ବୋଲି ଭାଜପା ପ୍ରଶ୍ନ କରିଛି। ହସ୍ପିଟାଲ କର୍ତ୍ତୃପକ୍ଷ ଶିଶୁଙ୍କ ଚିକିତ୍ସାରେ ଅବହେଳା କରୁଥିବା ଭାଜପା ଅଭିଯୋଗ କରିଛି। ୨୦୧୮ ଡାସେମ୍ବରରେ ଏହି ହସ୍ପିଟାଲରେ ୭୭ ଜଣ ଶିଶୁଙ୍କୁ ମୃତ୍ୟୁ ହୋଇଥିଲା। ହସ୍ପିଟାଲ ସୁପରିଟେଣ୍ଡେଣ୍ଟ ଡା. ସୁରେଶ ଦୁଲାର କହିଛନ୍ତି, ଗତ ଡିସେମ୍ବର ୩୦ରେ ୪ ଏବଂ ୩୧ରେ ୫ ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି। ଜନ୍ମପରେ ଶିଶୁଙ୍କ ଓଜନ କମ୍‌ ଥିବା ଯୋଗୁ ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି। ଶିଶୁ ମୃତ୍ୟୁ ପ୍ରତିବାଦରେ ଗେହଲଟ ସରକାରଙ୍କ ବିରୋଧରେ ଭାଜପା ବିକ୍ଷୋଭ ପ୍ରଦର୍ଶନ କରିଛି।

Share