Categories: ଜାତୀୟ

ଗୋଟିଏ ମଞ୍ଚରେ ଏକାଠି ହେବେ ମୋଦି-ମମତା

କୋଲକାତା,୧୧ା୧: ଲୋକ ସଭା ନିର୍ବାଚନ ପରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୋଟିଏ ମଞ୍ଚରେ ଏକାଠି ହେବାକୁ ଯାଉଛନ୍ତି। ରବିବାର କୋଲକାତା ପୋର୍ଟ ଟ୍ରଷ୍ଟର ଏକ କାର୍ଯ୍ୟକ୍ରମରେ ଉଭୟ ନେତା ଏକାଠି ହେବେ ବୋଲି ତୃଣମୂଳ କଂଗ୍ରେସର ଜଣେ ବରିଷ୍ଠ ନେତା ସୂଚନା ଦେଇଛନ୍ତି। ଏଥିସହିତ ରାଜଭବନରେ ଉଭୟଙ୍କ ମଧ୍ୟରେ ବୈଠକ ହୋଇପାରେ ବୋଲି ଉକ୍ତ ସୂତ୍ରରୁ ଜଣାପଡିଛି। ୧୨ ତାରିଖ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ମମତାଙ୍କୁ ଆମନ୍ତ୍ରଣ କରିବାକୁ କେନ୍ଦ୍ର ଜାହାଜ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ମନସୁଖ ମାଣ୍ଡଭୀୟ ବ୍ୟକ୍ତିଗତ ଭାବେ ରାଜ୍ୟ ସଚିବାଳୟକୁ ଯାଇଥିଲେ। ଶନିବାରଠାରୁ ମୋଦି କୋଲକାତାକୁ ଦୁଇଦିନିଆ ଗସ୍ତରେ ଯାଉଛନ୍ତି।

Share