ଗୋଟିଏ ପୋଷ୍ଟରରେ ନଜର ଆସିଲେ ଇମ୍ରାନ-ସିଦ୍ଧୁ

ଜିରକପୁର,୧୧।୧୧: କଂଗ୍ରେସର କେତେଜଣ ସମର୍ଥକ ଶ୍ରୀ ଗୁରୁ ନାନକ ଦେବଙ୍କ ୫୫୦ତମ ପ୍ରକାଶ ପର୍ବ ଅବସରରେ ଜିରକପୁରରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଓ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁଙ୍କର ପୋଷ୍ଟର ଲଗାଇଛନ୍ତି। ଏଥିରେ ଲେଖାଯାଇଛି କରତାରପୁର କରିଡର ପରିଯୋଜନା କେବଳ ଇମ୍ରାନ ଖାଁ ଓ ନବଜୋତ ସିଂ ସିଦ୍ଧୁଙ୍କ ଯୋଗୁ ସମ୍ଭବ ହୋଇପାରିଛି। ଏମାନେ ହିଁ ଅସଲ ହିରୋ ବୋଲି ପୋଷ୍ଟରରେ ଲେଖା ଯାଇଛି। ଏହା ସିଦ୍ଧୁଙ୍କ ପ୍ରଶଂସକ ଗୁରୁସେବକ ସିଂ କାରକରଙ୍କ ଦ୍ୱାରା ଲଗାଯାଇଥିବା କୁହାଯାଉଛି। କାରଣ ଏଥିରେ ତାଙ୍କର ମଧ୍ୟ ଫଟୋ ରହିଛି। ଏହା ସହରର ବିଭିନ୍ନ ସ୍ଥାନରେ ଲଗାଯିବା ପରେ ଘଟଣା ଚର୍ଚ୍ଚାକୁ ଆସିଛି।

Share