ଜଲିଲା ୫ଟି ଜୁଇ, ଲୁହରେ ଭାସିଲା ଖୁର୍ସେଲଗୁଡା

ଜୁନାଗଡ,୨୨।୫(ଡି.ଏନ.ଏ.): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଜାରିଙ୍ଗ ଛକ ୨୬ ନଂ. ଜାତୀୟ ରାଜପଥରେ ବୁଧବାର ଭୋର ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଓ କାର ମଧ୍ୟରେ ମୁହଁ।ମୁହିଁ ଧକ୍କା ହୋଇଥିଲା । କାରରେ ବସିଥିବା ଗୋଟିଏ ପରିବାରର ୫ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ଜଣ ଗୁରୁତର ହୋଇଛନ୍ତି। ମୃତକମାନେ ହେଲେ ଜୁନାଗଡ ବ୍ଲକ ଗୌଡଛେଣ୍ଡିଆ ପଞ୍ଚାୟତ ଖୁର୍ସେଲଗୁଡା ଗ୍ରାମର ଆଶୁତୋଷ ବେହେରା (୬୫), ପୁଅ ବିନାୟକ ଓରଫ୍‌ ବିକି (୩୨), ନାତୁଣୀ ସୋଭି (୬), ୫ ମାସର ଶିଶୁକନ୍ୟା ଓ ଆଶୁତୋଷଙ୍କ ଭାଇ ଜଗନ୍ନାଥ (୫୫) । ଗୁରୁତର ବ୍ୟକ୍ତି ହେଲେ ବିନାୟକଙ୍କ ସ୍ତ୍ରୀ ନିଭିୟା (୨୮) ଓ ଚାକରାଣୀ ଖେନଜି କଟା । ଖେନଜି ଭବାନୀପାଟଣା ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବାବେଳେ ନିଭିୟାଙ୍କ ଅବସ୍ଥା ଉଦ୍‌ବେଗ ଥିବାରୁ ତାଙ୍କୁ ବିଶାଖପାଟଣା ସ୍ଥାନାନ୍ତରିତ କରାଯାଇଛି।  ପ୍ରକାଶ ଯେ, ଖର୍ସେଲଗୁଡା ଗ୍ରାମର ଆଶୁତୋଷ, ଭାଇ ଜଗନ୍ନାଥ, ବୋହୁ ନିଭିୟା, ୨ ଛୋଟ ନାତୁଣୀ ଚିକିତ୍ସା ପାଇଁ ଗତ ୨ଦିନ ତଳେ ବିଶାଖପାଟଣାକୁ ଯାଇଥିଲେ। ତାଙ୍କ ସହ ଚାକରାଣୀ ଖେନଜି ମଧ୍ୟ ରହିଥିଲେ। ସେଠାରୁ ଚିକିତ୍ସା ସାରି ବୁଧବାର ଭୋର ସମୟରେ ସେମାନେ ଲିଙ୍କ ଏକ୍ସପ୍ରେସ ଯୋଗେ ଆସି କେସିଙ୍ଗା ଷ୍ଟେଶନରେ ଓହ୍ଲାଇଥିଲେ। ସେମାନେ ଆସିବା ଖବର ଶୁଣି ପୁଅ ବିକି ଘରୁ କାର ନେଇ କେସିଙ୍ଗାଙ୍କୁ ଯାଇଥିଲେ। ସେଠାରୁ କାର (ନଂ.ଓଡି୩୩ଜେ-୪୬୮୫) ଯୋଗେ ଘରକୁ ଫେରୁଥିବାବେଳେ ଭୋର ୪ଟାରେ ଜୁନାଗଡ ବ୍ଲକ ୨୬ ନଂ. ଜାତୀୟ ରାଜପଥ ଜାରିଙ୍ଗ ଛକଠାରେ ଏକ ଟ୍ରକ୍‌ (ନଂ.ଓଡି୦୮ଏ-୮୨୯୨) ସହିତ ଧକ୍କା ହୋଇଥିଲା। କାର ଚଲାଉଥିବା ଆଶୁତୋଷ ଓ ତାଙ୍କ ସହ ଆଗରେ ବସିଥିବା ଭାଇ ଜଗନ୍ନାଥଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। କାର ପଛପଟେ ବସିଥିବା ପୁଅ ବିନାୟକ ଓରଫ ବିକି, ବୋହୁ ନିଭିୟା, ୨ ଛୋଟ ନାତୁଣୀ ଓ ଚାକରାଣୀ ଖେନଜିଙ୍କୁ ଗୁତୁତର ଅବସ୍ଥାରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଭବାନୀପାଟଣା ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବିନାୟକ ଓ ୨ ଛୋଟ ଝିଅଙ୍କ ମୃତ୍ୟୁ ହୋଇଥିଲା। ମଧ୍ୟାହ୍ନରେ ବ୍ୟବଚ୍ଛେଦ ପରେ ସମ୍ପର୍କୀୟ ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିଲା। ମୃତ ଶରୀର ଅପରାହ୍ନରେ ଗାଁରେ ପହଞ୍ଚତ୍ବା ପରେ କାନ୍ଦବୋବାଳିରେ ଖୁର୍ସେଲଗୁଡା ଗ୍ରାମ ଫାଟି ପଡିଥିଲା। ଚାରିଆଡେ ଶୋକର ଛାୟା ଖେଳିଯାଇଥିଲା। ଗୋଟିଏ ସ୍ଥାନରେ ପରିବାରର ୫ଜଣଙ୍କ ଜୁଇ ଜଳିଥିଲା। ଶେଷଦର୍ଶନ ସମୟରେ ଅଞ୍ଚଳର ଶତାଧିକ ଲୋକଙ୍କ ଜନସମାଗମ ହୋଇଥିଲା। ବୁଧବାର ସକାଳେ ଏହି ଘଟଣା ଜଣାପଡିବା ପରେ ଖୁର୍ସେଲଗୁଡା ତଥା ଜୁନାଗଡ ବ୍ଲକ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା। ମୃତ ଆଶୁତୋଷ କଳାହାଣ୍ଡି ଜିଲାର ଜଣେ ସୁପରିଚିତ ରାମାୟଣ ଗାୟକ ଥିବାବେଳେ ଜଗନ୍ନାଥ ଜଣେ ଉତ୍ତମ ଶିକ୍ଷକ ଭାବେ ଅଞ୍ଚଳରେ ପରିଚିତ ରହିଥିଲେ। ସେ ହାବସପୁର ଏନୟୁଏଚ୍‌ଏସରେ ଶିକ୍ଷକତା କରୁଥିଲେ। ଦୁର୍ଘଟଣାଗ୍ରସ୍ତ ଗାଡିକୁ ସ୍ଥାନୀୟ ପୋଲିସ ଜବତ କରି ତଦନ୍ତ ଚଳାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri