Categories: ଜାତୀୟ

‘ଗୋଟିଏ ଦେଶ, ଗୋଟିଏ ରାଶନ କାର୍ଡ’ ବ୍ୟବସ୍ଥା ଲାଗୁ କରିବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ, ୨୮।୬: ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ବ୍ୟବସ୍ଥା ଦେଶରେ ଲାଗୁ କରିବା ପାଇଁ ଆଲୋଚନା ଚାଲିଥିଲାବେଳେ ଏବେ ମୋଦି ସରକାର ‘ଗୋଟିଏ ଦେଶ, ଗୋଟିଏ ରାଶନ କାର୍ଡ’ ଲାଗୁ ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ଏନେଇ ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ବିଭାଗ ମନ୍ତ୍ରୀ ରାମବିଳାଶ ପାଶଓ୍ବାନ ସୂଚନା ଦେଇଛନ୍ତି। ଗୁରୁବାର ବିଭିନ୍ନ ରାଜ୍ୟର ଖାଦ୍ୟ ସଚିବ ଏବଂ ଅଧିକାରୀଙ୍କ ସହ ଆୟୋଜିତ ଏକ ବୈଠକରେ ଯୋଗ ଦେଇ ପାଶଓ୍ବାନ କହିଛନ୍ତି, ଏହି ବ୍ୟବସ୍ଥା ଲାଗୁ ହେଲେ ଦେଶରେ ଲକ୍ଷ ଲକ୍ଷ ଲୋକ ଉପକୃତ ହେବେ। ସୂଚନାଯୋଗ୍ୟ, ‘ଗୋଟିଏ ଦେଶ, ଗୋଟିଏ ରାଶନ କାର୍ଡ’ ବ୍ୟବସ୍ଥା ଦ୍ୱାରା ଦେଶର ଯେକୌଣସି ସ୍ଥାନରେ ଥିଲେ ବି ଜଣେ ନିଜ ରାଶନ କାର୍ଡ ବ୍ୟବହାର କରିପାରିବେ।

Share