Categories: ଜାତୀୟ

‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ବୈଠକ: ଭାଗ ନେବ ନାହିଁ କଂଗ୍ରେସ

ନୂଆଦିଲ୍ଲୀ, ୧୯।୬: ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ମୁଦ୍ଦାକୁ ନେଇ ସର୍ବଦଳୀୟ ବୈଠକ ଡାକିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସଂସଦ ଭବନର ଲାଇବ୍ରେରୀରେ ବୁଧବାର ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ବିଭିନ୍ନ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। କିନ୍ତୁ ଏହି ବୈଠକରେ ବିପକ୍ଷ କଂଗ୍ରେସ ଯୋଗଦେବ ନାହିଁ ବୋଲି ସ୍ପଷ୍ଟ କରିଛି। ସେହିପରି ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ, ବିଏସପି ମୁଖ୍ୟ ମାୟାବତୀ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଏହି ବୈଠକରେ ଯୋଗଦେବେବେ ନାହିଁ ବୋଲି ଜଣାପଡିଛି। ଏହି ବୈଠକଙ୍କ ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ସ୍ବରାଷ୍ଟ୍ର ମନ୍ତ୍ରୀ, ରକ୍ଷା ମନ୍ତ୍ରୀ, ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରମୁଖ ସାମିଲ ହେବେ। ସୂଚନାଯୋଗ୍ୟ, ସମୟ ଓ ଅର୍ଥ ସଞ୍ଚୟ କରିବା ଲକ୍ଷ୍ୟରେ ଲୋକସଭା ଓ ରାଜ୍ୟ ବିଧାନସଭାଗୁଡିକ ପାଇଁ ଏକା ସାଙ୍ଗରେ ର୍ନିବାଚନ କରିବା ସକାଶେ ପ୍ରଧାନମନ୍ତ୍ରୀ ବାରମ୍ବାର ଗୁରୁତ୍ୱ ଆରୋପ କରି ଆସୁଛନ୍ତି। ଆଇନ କମିଶନ ସ୍ବୀକୃତିପ୍ରାପ୍ତ ୭ଟି ଜାତୀୟ ଓ ୫୯ଟି ରାଜ୍ୟସ୍ତରୀୟ ଦଳକୁ ଚିଠି ଲେଖିଥିଲେ। ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବା ପୂର୍ବରୁ ଆଇନ କମିଶନ ରାଜନୈତିକ ଦଳ, ସମ୍ବିଧାନ ବିଶାରଦ, ବ୍ୟୁରୋକ୍ରାଟ, ଶିକ୍ଷାବିତ୍‌ ଏବଂ ସାଧାରଣ ନାଗରିକଙ୍କଠାରୁ ମତାମତ ଲୋଡାଯାଇଥିଲା।

Share