ଗୋଟିଏ ଦିନର ଦରମା ଦେଲେ ଓୟୁଏଟି କର୍ମଚାରୀ

ଭୁବନେଶ୍ୱର, ୨୫ା୪(ବ୍ୟୁରୋ): ରାଜ୍ୟରେ କୋଭିଡ୍‌-୧୯ ସ୍ଥିତିର ମୁକାବିଲା କରିବା ପାଇଁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି)ର ବୈଜ୍ଞାନିକ ଓ କର୍ମଚାରୀମାନେ ଗୋଟିଏ ଦିନର ଦରମା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ପ୍ରଦାନ କରିଛନ୍ତି। ଶୁକ୍ରବାର ଓୟୁଏଟି କୁଳପତି ଡ. ପବନ କୁମାର ଅଗ୍ରୱାଲ କୃଷି ଭବନଠାରେ ଏ ବାବଦ ୧୯ ଲକ୍ଷ ୮ ହଜାର ୩୯୧ ଟଙ୍କାର ଏକ ବ୍ୟାଙ୍କ ଡ୍ରାଫ୍ଟ କୃଷି ଓ କୃଷକ ସଶକ୍ତୀକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁଙ୍କୁ ପ୍ରଦାନ କରିଛନ୍ତି। ଏହି ଅବସରରେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ସୌରଭ ଗର୍ଗ ଉପସ୍ଥିତ ଥିଲେ।