Categories: ଜାତୀୟ

ଗୋଟିଏ ଦିନରେ ଫିଲ୍ମରୁ ୧୨୦ କୋଟି ଆୟ ହେଉଛି, ଦେଶରେ ମାନ୍ଦାବସ୍ଥା କୁଆଡୁ ଆସିଲା: ଆଇନ ମନ୍ତ୍ରୀ

ମୁମ୍ବାଇ,୧୨।୧୦: ମାନ୍ଦା ଅର୍ଥ ବ୍ୟବସ୍ଥାକୁ ନେଇ ସରଗରମ ଦେଶ। ସବୁ ମାହୋଲରେ ଅର୍ଥନୀତିକୁ ନେଇ ଚର୍ଚ୍ଚା। ତେବେ କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏହାକୁ ମାନିବାକୁ ନାରାଜ। ଦେଶର ମାନ୍ଦା ଅର୍ଥନୀତିକୁ ଫିଲ୍ମ ଆୟ ସହ ତୁଳନା କରି ଫସିଯାଇଛନ୍ତି ଆଇନ ମନ୍ତ୍ରୀ। ସେ କହିଛନ୍ତି, ଭାରତରେ ଫିଲ୍ମ ଗୋଟିଏ ଦିନରେ ୧୨୦ କୋଟି ଆୟ କରୁଛି; ତେବେ ଦେଶରେ ମାନ୍ଦାବସ୍ଥା କୋଉଠୁ ଆସିଲା ବୋଲି ସେ ପ୍ରଶ୍ନ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଦେଶରେ ମୋବାଇଲ, ମେଟ୍ରୋ ଏବଂ ରାସ୍ତା ନିର୍ମାଣ କରାଯାଉଛି। ଲୋକଙ୍କୁ ସେଥିରୁ ରୋଜଗାର ମିଳୁଛି। ଦେଶରେ ଦରଦାମ୍‌ ନିୟନ୍ତ୍ରଣରେ ଥିବାବେଳେ ଏଫ୍‌ଡିଆଇ ସର୍ବାଧିକ ସ୍ତରରେ ରହିଛି। ତେବେ ବିରୋଧୀ ଦଳ ଅର୍ଥ ବ୍ୟବସ୍ଥାକୁ ସମାଲୋଚନା କରିବା ହାସ୍ୟାସ୍ପଦ ବୋଲି ସେ କହିଛନ୍ତି।

Share