Posted inଫୁରସତ

ଗୋଟିଏ ଗଛରେ ଫଳିଛି ୪୦ ପ୍ରକାର ଫଳ, ଜାଣନ୍ତୁ ଏହାର ବିଶେଷତ୍ୱ

ସାଧାରଣତଃ ଗୋଟିଏ ଗଛରେ ହିଁ ଗୋଟିଏ ପ୍ରକାର ଫଳ ଫଳିଥାଏ। ଆମ୍ବ ଗଛରେ ଆମ୍ବ ଫଳୁଥିବାବେଳେ ପିଜୁଳି ଗଛରେ ପିଜୁଳି ଫଳିଥାଏ। ମାତ୍ର ବିଶ୍ୱରେ ଏମିତି ଏକ ଗଛ ଅଛି, ଯେଉଁ ଗଛରେ ୪୦ ପ୍ରକାର ଫଳ ଫଳିଛି। ଏହି ଗଛ ‘ଟ୍ରିଫ୍‌ ଅଫ୍‌ ୪୦’ନାମରେ ଚର୍ଚ୍ଚା ହେଉଛି। ଯାହାକୁ ଆମେରିକାର ଏକ ଭିଜୁଆଲ୍‌ ଆର୍ଟସର ଫ୍ରଫେସର ପ୍ରସ୍ତୁତ କରିଛନ୍ତି। ଏହି ଗଛର ବିଶେଷତ୍ୱ ହେଲା ଏଥିରେ ସେଓ, କମଳା, ଚେରି,ବରକୋଳି, ଜାମୁରୋଳ ଆଦି ୪୦ ପ୍ରକାର ଫଳ ଫଳିଛି।

ଆମେରିକାସ୍ଥିତ ସେରାକ୍ୟୁଜ୍‌ ୟୁନିଭର୍‌ସିଟିରେ ଭିଜୁଆଲ୍‌ ଆର୍ଟସର ପ୍ରଫେସର ସୈମ୍‌ ବନ୍‌ ଏକେନ୍‌ ଏହି ଗଛର ସୃଷ୍ଟିକର୍ତ୍ତା। ଗୋଟିଏ ଗଛରେ ଏକାସଙ୍ଗରେ ଏତେ ପ୍ରକାର ଫଳ ଫଳାଇବା ପାଇଁ ସେ ବୈଜ୍ଞାନିକମାନଙ୍କ ସହାୟତା ନେଇଥିଲେ। ଏହି କାର୍ଯ୍ୟ ସେ ୨୦୦୮ ମସିହାରେ ଆରମ୍ଭ କରିଥିଲେ। ନ୍ୟୁୟର୍କର ରାଜ୍ୟ କୃଷି ପ୍ରୟୋଗର ଏକ ବଗିଚାକୁ ବୁଲିବାକୁ ଯାଇଥିଲେ, ଯେଉଁଠି ପ୍ରାୟ ୨୦୦ ପ୍ରକାର ବରକୋଳି ଏବଂ ଚେରି ଗଛ ଲାଗିଥିଲା। ଏହି ବଗିଚା ଏବେ ବନ୍ଦ ହୋଇଗଲାଣି। ଏକେନ୍‌ ଏହି ବଗିଚା ଦେଖିବା ପରେ ନିଜେ କିଛି ଭିନ୍ନ କରି ଦେଖାଇବାକୁ ଚିନ୍ତା କରିଥିଲେ। ଯାହା ଆଜି ପୂରଣ ହୋଇଛି।
‘ଟ୍ରି ଅଫ୍‌ ୪୦’ଗଛର ଦାମ୍‌ ମଧ୍ୟ ବେଶ୍‌ ଅଧିକ। ଏହାର ଦାମ୍‌ ରହିଛି ୧୯ ଲକ୍ଷ ଟଙ୍କା। ଏକେନ୍‌ ମୁଖ୍ୟଗଛକୁ କାଟି ଗୋଟିଏ ପରେ ଗୋଟିଏ ଚାରା ସୃଷ୍ଟି କରିଥାନ୍ତି। ଏହିପରି ଭାବେ କରି ଗୋଟିଏ ଗଛରେ ସେ ୪୦ ପ୍ରକାର ଫଳ ଫଳାଇବାରେ ସକ୍ଷମ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri