Categories: ଖେଳ

ଗୋଆରେ ଖେଳାଯିବ ଆଇଏସ୍‌ଏଲ ଫାଇନାଲ

ମୁମ୍ବାଇ,୨୩ା୨(ପି.ଟି.)- ଗୋଆର ମାର୍ଗାଓଠାରେ ଚଳିତ ସିଜନରେ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ)ର ଫାଇନାଲ ଖେଳାଯିବ। ଏ ନେଇ ସ୍ପୋଟର୍‌ସ ଡେଭଲପମେଣ୍ଟ ଲିମିଟେଡ୍‌ସ ଫାଉଣ୍ଡିଂ ମୁଖ୍ୟ ନିତା ଅମ୍ବାନି ରବିବାର କହିଛନ୍ତି। ମାର୍ଚ୍ଚ ୧୪ ତାରିଖରେ ରାତି ୭.୩୦ରେ ଫଟୋର୍ଡାସ୍ଥିତ ଜଓ୍ବାହରଲାଲ ନେହରୁ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଆଇଏସ୍‌ଏଲ ଫାଇନାଲ ମ୍ୟାଚ୍‌ ଗୋଆ ଆୟୋଜନ କରିବା ଲାଗି ହକଦାର। ଗୋଆରେ ଫୁଟବଲ କ୍ରୀଡ଼ା ଲୋକପ୍ରିୟତା ଖୁବ୍‌ ରହିଛି। ଜେଏଲଏନ୍‌ ଷ୍ଟାଡିୟମ ଏଫ୍‌ସି ଗୋଆର ଘରୋଇ ଭେନ୍ୟୁ। ଏହି ଦଳ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନ ହାସଲ କରିବା ସହ ଏଏଫ୍‌ସି ଚାମ୍ପିୟନ୍ସ ଲିଗ୍‌ ୨୦୨୧ ଗ୍ରୁପ ପର୍ଯ୍ୟାୟରେ ସ୍ଥାନ ପକ୍କା କରିସାରିଛି। ଅନ୍ତିମ ଥର ଆଇଏସ୍‌ଏଲ ୨୦୧୫ ସଂସ୍କରଣର ଫାଇନାଲ ମ୍ୟାଚ୍‌ ଆୟୋଜନ କରିଥିଲା। ଘରୋଇ ଏଫ୍‌ସି ଗୋଆ ଫାଇନାଲରେ ୨-୩ ଗୋଲରେ ଚେନ୍ନାଇନ ଏଫ୍‌ସିଠାରୁ ପରାସ୍ତ ହୋଇଥିଲେ। ଆଇଏସ୍‌ଏଲ ଚାମ୍ପୟନ ଦଳ ଏଏଫ୍‌ସି କପ୍‌ କ୍ୱାଲିଫାୟର୍ସ ଖେଳିବାକୁ ଯୋଗ୍ୟତା ହାସଲ କରିବ। ଯଦି ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନରେ ଥିବା ଦଳ ଚାମ୍ପିୟନ ହେଲେ ରନର୍ସଅପ୍‌ ଦଳକୁ ଯୋଗ୍ୟତା ମିଳିବ।

Share