ଗୋଆରୁ ଗଜପତି: ଟ୍ରେନ୍‌ ଟ୍ରାକ୍‌,ସାଇକେଲରେ ଆସିଲେ ମହେଶ୍ୱର

ପାରଳାଖେମୁଣ୍ଡି, ୧୧ା୫(ସ୍ବ.ପ୍ର.)-ସୁଦୂର ଗୋଆରୁ ଟ୍ରେନ୍‌ ଟ୍ରାକ୍‌ରେ ଚାଲିଚାଲି ଏବଂ ସାଇକେଲ ଯୋଗେ କେତେଜଣ ପ୍ରବାସୀ ଓଡ଼ିଆ ଶ୍ରମିକ ଗଜପତି ଜିଲାରେ ପହଞ୍ଚତ୍ଛନ୍ତି। ଜିଲାର ମୋହନା ବ୍ଲକ ଶିକୁଳିପଦର ପଞ୍ଚାୟତ ଡେଙ୍ଗାମା କଲୋନୀର ମହେଶ୍ୱର ଶବର ଗୋଆରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। କରୋନା ଯୋଗୁ ସାରା ଭାରତରେ ଲକ୍‌ଡାଉନ୍‌ ଘୋଷଣା ପରେ ଫେରିବା ପାଇଁ ମହେଶ୍ୱର ଅସୁବିଧାରେ ପଡିଥିଲେ। ଶେଷରେ ସେ ଟ୍ରେନ୍‌ ଟ୍ରାକ୍‌ରେ ଚାଲିଚାଲି ୭ଦିନ ପରେ ଆନ୍ଧ୍ରରେ ରହୁଥିବା ନିଜର ଜଣେ ସାଙ୍ଗଙ୍କ ନିକଟରେ ପହଞ୍ଚତ୍ଥିଲେ। ସେଠାରେ ଗୋଟିଏ ଦିନ ରହି ସାଙ୍ଗଙ୍କୁ ସାଇକେଲଟିଏ କିଣି ଦେବାକୁ ଅନୁରୋଧ କରିଥିଲେ। ସାଙ୍ଗ ଜଣକ ସାଇକେଲ ବ୍ୟବସ୍ଥା କରିଦେବାରୁ ସେ ସାଇକେଲ ଧରି ଗ୍ରାମକୁ ଆସିଥିଲେ। ମହେଶ୍ୱର ୬ ଦିନ ଯାତ୍ରା କରିବା ପରେ ରବିବାର ଗଜପତି ଜିଲାର ମୋହନା ବ୍ଲକରେ ପହଞ୍ଚତ୍ଥିଲେ। ମୋହନା ବ୍ଲକ ଅଧିକାରୀ ବଂଶୀଧର ଖୋସ୍‌ଲାଙ୍କ ପରାମର୍ଶକ୍ରମେ ସେ ଲୁହାଗୁଡ଼ି ଆଦିବାସୀ ହାଇସ୍କୁଲଠାରେ ହୋଇଥିବା କ୍ୱାରାଣ୍ଟାଇନ କେନ୍ଦ୍ରରେ ରହିଥିଲେ। କ୍ୱାରାଣ୍ଟାଇନ୍‌ ଅବଧି ପରେ ମହେଶ୍ୱର ତାଙ୍କ ଘରକୁ ଫେରିବେ ବୋଲି ଖୋସ୍‌ଲା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ଦିର ପୂଜାରୀଙ୍କ ଘରେ କଳାକନା ବୁଲାଇଲେ ଚୋର

ଚାନ୍ଦିପୁଟ,୧୪ା୪(କେ. ପ୍ରମୋଦ କୁମାର ଦୋରା)- ଗଜପତି ଜିଲା ମୋହନା ଥାନା ଅଧୀନ ଚାନ୍ଦିପୁଟ ଗ୍ରାମର ଚନ୍ଦ୍ରଶେଖର ମନ୍ଦିର ପୂଜାରୀ ଉଦୟନାଥ ମହାପାତ୍ରଙ୍କ ଘରୁ ଚୋରି ହୋଇଥିବା...

ଓଡ଼ିଶାର କ୍ଷତି, ଆନ୍ଧ୍ର ବ୍ୟବସାୟୀ ମାଲାମାଲ

ପାରଳାଖେମୁଣ୍ଡି, ୧୪ା୪ (ଗିରିଧାରୀ ପରିଛା):ଗଜପତି ଜିଲା କାଶୀନଗର ସହରର ଆଖପାଖ ଅଞ୍ଚଳରେ ଥିବା ଜମିକୁ ଆନ୍ଧ୍ରର ମାଫିଆମାନେ କିଣି ସେଥିରେ ପ୍ଲଟିଂ କରି ବ୍ୟବସାୟ କରି...

ନିର୍ବାଚନ ପ୍ରଚାର ପାଇଁ ନ ଆସିବାକୁ ନିବେଦନ

ପାରଳାଖେମୁଣ୍ଡି,୧୧ା୪(ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ ଉପଲଡା ପଞ୍ଚାୟତ ଅଧୀନ ଚନ୍ଦନଖଳା ଗ୍ରାମକୁ ମାତ୍ର ପ୍ରାୟ ୭୦୦ ମିଟର ରାସ୍ତା ହୋଇପାରୁ ନ ଥିବାକୁ...

ତାଲା ଭାଙ୍ଗି ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା ସହ ମୂଲ୍ୟବାନ ସାମଗ୍ରୀ

ପାରଳାଖେମୁଣ୍ଡି,୧୦ା୪(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ କିଛି ଦିନ ବ୍ୟବଧାନ ପରେ ପୁଣି ଚୋରି ଘଟଣା ସାମନାକୁ ଆସିଛି । ପାରଳା...

ବିକାଶର ବହୁ ଦୂରରେ କିଙ୍ଗଡାଙ୍ଗ ଗ୍ରାମବାସୀ

ପାରଳାଖେମୁଣ୍ଡି,୮ା୪(ଗିରିଧାରୀ ପରିଛା): ଦେଶ ସ୍ବାଧୀନର ୭୬ବର୍ଷ ବିତି ଯାଇଥିଲେ ମଧ୍ୟ ଏଯାଏଁ ମୌଳିକ ସୁବିଧାରୁ ବଞ୍ଚିତ ହୋଇଛନ୍ତି ଗଜପତି ଜିଲାର କିଙ୍ଗଡାଙ୍ଗ ଗ୍ରାମବାସୀ। ଗୁମ୍ମା ବ୍ଲକ...

ନେତା ଭୋଟ ମାଗି ଆସିଲେ ଗାଁରେ ପୂରାଇ ଦେବୁନି

ମୋହନା,୫ା୪(ମନ୍ମଥ ମିଶ୍ର)Lପାଣି ନାହିଁ ତ ଭୋଟ ନାହିଁ, ନିର୍ବାଚନ ସମୟରେ କୌଣସି ନେତା, କୁଜିନେତା ଯଦି ସାହିକୁ ଭୋଟ ମାଗିବାକୁ ଆସନ୍ତି ତେବେ ବିରୋଧ କରିବୁ,...

ପାଣି ନାହିଁ ତ ଭୋଟ ନାହିଁ,

ମୋହନା,୪ା୪(ମନ୍ମଥ ମିଶ୍ର)- ପାଣି ନାହିଁ ତ ଭୋଟ ନାହିଁ, ନିର୍ବାଚନ ସମୟରେ କୌଣସି ନେତା, କୁଜିନେତା ଯଦି ସାହିକୁ ଭୋଟ ମାଗିବାକୁ ଆସନ୍ତି ତେବେ କାଠ...

ପାରଳାଖେମୁଣ୍ଡିରୁ ରୂପେଶ, ମୋହନାରୁ ଅନ୍ତର୍ଯ୍ୟାମୀ ଲଢ଼ିବେ ବିଧାନସଭା ନିର୍ବାଚନ

ପାରଳାଖେମୁଣ୍ଡି,୩ା୪(ଗିରିଧାରୀ ପରିଚ୍ଛା): ବହୁପ୍ରତୀକ୍ଷାର ଅନ୍ତ ଘଟିଛି। ବୁଧବାର ବାକିଥିବା ସମସ୍ତ ବିଧାନସଭା ଓ ଲୋକ ସଭା ପ୍ରାର୍ଥୀ ଘୋଷଣା ହୋଇଛି। ଆଜି ବିଜେଡି ଦ୍ୱିତୀୟ ପର୍ଯ୍ୟାୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri