ଗୋଆରୁ ଗଜପତି: ଟ୍ରେନ୍‌ ଟ୍ରାକ୍‌,ସାଇକେଲରେ ଆସିଲେ ମହେଶ୍ୱର

ପାରଳାଖେମୁଣ୍ଡି, ୧୧ା୫(ସ୍ବ.ପ୍ର.)-ସୁଦୂର ଗୋଆରୁ ଟ୍ରେନ୍‌ ଟ୍ରାକ୍‌ରେ ଚାଲିଚାଲି ଏବଂ ସାଇକେଲ ଯୋଗେ କେତେଜଣ ପ୍ରବାସୀ ଓଡ଼ିଆ ଶ୍ରମିକ ଗଜପତି ଜିଲାରେ ପହଞ୍ଚତ୍ଛନ୍ତି। ଜିଲାର ମୋହନା ବ୍ଲକ ଶିକୁଳିପଦର ପଞ୍ଚାୟତ ଡେଙ୍ଗାମା କଲୋନୀର ମହେଶ୍ୱର ଶବର ଗୋଆରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। କରୋନା ଯୋଗୁ ସାରା ଭାରତରେ ଲକ୍‌ଡାଉନ୍‌ ଘୋଷଣା ପରେ ଫେରିବା ପାଇଁ ମହେଶ୍ୱର ଅସୁବିଧାରେ ପଡିଥିଲେ। ଶେଷରେ ସେ ଟ୍ରେନ୍‌ ଟ୍ରାକ୍‌ରେ ଚାଲିଚାଲି ୭ଦିନ ପରେ ଆନ୍ଧ୍ରରେ ରହୁଥିବା ନିଜର ଜଣେ ସାଙ୍ଗଙ୍କ ନିକଟରେ ପହଞ୍ଚତ୍ଥିଲେ। ସେଠାରେ ଗୋଟିଏ ଦିନ ରହି ସାଙ୍ଗଙ୍କୁ ସାଇକେଲଟିଏ କିଣି ଦେବାକୁ ଅନୁରୋଧ କରିଥିଲେ। ସାଙ୍ଗ ଜଣକ ସାଇକେଲ ବ୍ୟବସ୍ଥା କରିଦେବାରୁ ସେ ସାଇକେଲ ଧରି ଗ୍ରାମକୁ ଆସିଥିଲେ। ମହେଶ୍ୱର ୬ ଦିନ ଯାତ୍ରା କରିବା ପରେ ରବିବାର ଗଜପତି ଜିଲାର ମୋହନା ବ୍ଲକରେ ପହଞ୍ଚତ୍ଥିଲେ। ମୋହନା ବ୍ଲକ ଅଧିକାରୀ ବଂଶୀଧର ଖୋସ୍‌ଲାଙ୍କ ପରାମର୍ଶକ୍ରମେ ସେ ଲୁହାଗୁଡ଼ି ଆଦିବାସୀ ହାଇସ୍କୁଲଠାରେ ହୋଇଥିବା କ୍ୱାରାଣ୍ଟାଇନ କେନ୍ଦ୍ରରେ ରହିଥିଲେ। କ୍ୱାରାଣ୍ଟାଇନ୍‌ ଅବଧି ପରେ ମହେଶ୍ୱର ତାଙ୍କ ଘରକୁ ଫେରିବେ ବୋଲି ଖୋସ୍‌ଲା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ ସହ ମୁହାଁମୁହିଁ ହେଲା ଭାଜପା ନେତାଙ୍କ ଗାଡ଼ି, ଚିଟିଙ୍ଗ ଘାଟିରେ….

ପାରଳାଖେମୁଣ୍ଡି,୨୩।୩(ଗିରିଧାରୀ ପରିଛା): ଚିଟିଙ୍ଗ ଘାଟିରେ ସଡ଼କ ଦୁର୍ଘଟଣା ହୋଇଛି । କାର – ବାଇକ ମୁହାଁ ମୁହିଁ ଧକ୍କା ହୋଇଥିବା ସୂଚନା ରହିଛି । ଚନ୍ଦ୍ରଗିରି ଚିଟିଙ୍ଗ…

ଜମିପଟ୍ଟା ପ୍ରଦାନ ଦାବିରେ ତହସିଲ କାର୍ଯ୍ୟାଳୟ ଘେରାଉ: ବିକ୍ଷୋଭ

ମୋହନା,୨୦ା୩(ମନ୍ମଥ ମିଶ୍ର): ବିଭିନ୍ନ ଦାବି ନେଇ ଶୁକ୍ରବାର ଅଲ ଇଣ୍ଡିଆ ମୂଳ ନିବାସୀ ସଂଘ ପକ୍ଷରୁ ମୋହନାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ହାଇସ୍କୁଲ ଛକରୁ ମୁଖ୍ୟ ବଜାର…

ଦୁଇ ବସ୍‌ ମୁହାଁମୁହିଁ, ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ…

ମୋହନା,୧୯ା୩(ମନ୍ମଥ ମିଶ୍ର): ଘରୋଇ ଯାତ୍ରୀବାହୀ ବସ୍‌ ସହ ମୁଖ୍ୟମନ୍ତ୍ରୀ ବସ୍‌ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୪ ଜଣ ଆହତ ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ…

ବାଘ ଗାଈକୁ ମାରି ଖାଇବା ଘଟଣା ପରେ ବନ ବିଭାଗ ଲଗାଇଲା ୪ ଟ୍ରାପ କ୍ୟାମେରା

ମୋହନା,୧୮।୩( ମନ୍ମଥ ମିଶ୍ର ): ଗଜପତି ଜିଲା ସୀମାନ୍ତ ଅଞ୍ଚଳରେ ଥିବା ଢେପାଗୁଡା ପଞ୍ଚାୟତର କାଇଟିମା ଓ ବାରିଆଦରା ଗାଁରେ ବାଘ ଆତଙ୍କ ଅଭିଯୋଗ ପରେ ବୁଧବାର…

ଗାଈକୁ ମାରି ଖାଇଲା କିଏ, ବନ୍ୟ ଜନ୍ତୁ ନା ବାଘ

ମୋହନା,୧୭।୩( ମନ୍ମଥ ମିଶ୍ର )ଗଞ୍ଜାମ,ଗଜପତି ଜିଲା ସୀମାନ୍ତ ଅଞ୍ଚଳରେ ଥିବା ଢେପାଗୁଡା ପଞ୍ଚାୟତର କାଇଟିମା ଓ ବାରିଆଦରା ଗାଁରେ ବାଘ ଆତଙ୍କ ଅଭିଯୋଗ କରିଛନ୍ତି ଗ୍ରାମବାସୀ। ୪…

ଗଜପତି ଜିଲାର ୪ ବ୍ଲକରେ ରବର ଚାଷ ରବରଚାଷରେ ହେକ୍ଟର ପିଛା ଚାଷୀଙ୍କୁ ଲାଭ ୨ ଲକ୍ଷ

ପାରଳାଖେମୁଣ୍ଡି,୧୬ା୩(ଗିରିଧାରୀ ପରିଚ୍ଛା): ରବର ଚାଷ ପାଇଁ ଗଜପତି ଜିଲାର ସୁନାମ ରହିଛି। ପାହାଡିଆ ଅଞ୍ଚଳରେ ରବର ଚାଷ କରି ଚାଷୀ ବେଶ୍‌ ଉପକୃତ ହେଉଛନ୍ତି। ଜିଲାର ଗୁମ୍ମା,…

କାଜୁ ବାଡ଼ରେ ନିଆଁ ଲିଭାଇବା ହେଲା କାଳ, ଝାସରେ ଗୁରୁତର ହେଲେ ସ୍ବାମୀସ୍ତ୍ରୀ

ମୋହନା, ୧୪।୩ (ମନ୍ମଥ ମିଶ୍ର): ଗଜପତି ଜଲା ମୋହନା ବ୍ଲକରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। କାଜୁ ବାଡ଼ରେ ଲାଗିଥିବା ନିଆଁକୁ ଲିଭାଇବାକୁ ଯାଇ ଜଣେ ସ୍ବାମୀ…

ବାପାମା’ ନ ଥିବା ବେଳେ କରୁଥିଲେ ବଳାତ୍କାର, ନାବାଳିକା ଗର୍ଭବତୀ ହେବା ପରେ ଫେରାର;  ୪୬ ବର୍ଷୀୟ ତାରିଣୀଙ୍କୁ…

ମୋହନା, ୧୩।୩ (ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ଅଞ୍ଚଳରେ ଜଣେ ୧୩ ବର୍ଷୀୟ ନାବାଳିକାକୁ ବଳାତ୍କାର କରାଯାଇଥିବା ଭଳି ଏକ ଅତ୍ୟନ୍ତ ଘୃଣ୍ୟ ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri