‘ଗେଲ୍‌ ଉତ୍କର୍ଷ’କୁ ଶତପ୍ରତିଶତ ସଫଳତା : ଜେଇଇ ମେନ୍‌ରେ ସଫଳ ହେଲେ ସମସ୍ତ ଛାତ୍ରୀଛାତ୍ର

ଭୁବନେଶ୍ୱର,୨୩।୫(ବ୍ୟୁରୋ): ଗେଲ୍‌ ଇଣ୍ଡିଆ ଲିମିଟେଡ୍‌ ପକ୍ଷରୁ ଏହାର ଫ୍ଲାଗ୍‌ସିପ୍‌ କର୍ପୋରେଟ୍‌ ସୋସିଆଲ ରେସ୍‌ପନ୍ସିବିଲିଟି(ସିଏସ୍‌ଆର୍‌) କାର୍ଯ୍ୟକ୍ରମ ଅଧୀନରେ କାନପୁର ସେଣ୍ଟରଠାରେ ଜେଇଇ ମେନ୍‌ ୨୦୧୯ ପରୀକ୍ଷା ପାଇଁ କୋଚିଂ ନେଉଥିବା ସମସ୍ତ ଛାତ୍ରୀଛାତ୍ର ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି। ଆର୍ଥିକ ସ୍ତରରେ ପଛୁଆବର୍ଗ ପିଲାମାନଙ୍କୁ ଉଚ୍ଚଶିକ୍ଷା ପ୍ରଦାନ ନିମନ୍ତେ ଗେଲ୍‌ ପକ୍ଷରୁ ‘ଗେଲ୍‌ ଉତ୍କର୍ଷ’ ନାମକ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହୋଇଥାଏ। ଚଳିତବର୍ଷ ଏଥିରେ ୧୦୦ଜଣ ଛାତ୍ରୀଛାତ୍ରଙ୍କୁ ଜେଇଇ ମେନ୍‌ ପାଇଁ ପ୍ରଶିକ୍ଷଣ ଦିଆଯାଉଥିବା ବେଳେ ପ୍ରଥମଥର ପାଇଁ ସମସ୍ତ ଛାତ୍ରୀଛାତ୍ର ଏହି ପ୍ରବେଶିକା ପରୀକ୍ଷା କ୍ଲିୟର କରିଛନ୍ତି, ଯାହା ମଧ୍ୟରେ ୧୪ଜଣ ଝିଅ ରହିଛନ୍ତି। ଗତବର୍ଷ ୧୦୦ଜଣ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୯୯ଜଣ ଜେଇଇ ମେନ୍‌ କ୍ଲିୟର୍‌ କରିଥିଲେ। ଅନ୍ୟପକ୍ଷରେ ଉତ୍ତରାଖଣ୍ଡରେ ପ୍ରତିଷ୍ଠା ହୋଇଥିବା ନୂଆ ସେଣ୍ଟରରେ ଚଳିତବର୍ଷ ୬୦ ଛାତ୍ରୀଛାତ୍ର ଜେଇଇ ମେନ୍‌ ପାଇଁ ପ୍ରଶିକ୍ଷଣ ନେଉଥିବା ବେଳେ ସେମାନଙ୍କ ମଧ୍ୟରୁ ୫୦ଜଣ ସଫଳତା ପାଇଛନ୍ତି। ଏ ନେଇ ଗେଲ୍‌ ନିର୍ଦ୍ଦେଶକ(ଏଚ୍‌ଆର୍‌) ପି.କେ. ଗୁପ୍ତା ବୁଧବାର ସୂଚନା ଦେଇଛନ୍ତି। ଏହି ଅବସରରେ ସଫଳତା ପାଇଥିବା ସମସ୍ତ ଛାତ୍ରୀଛାତ୍ରଙ୍କୁ ଗେଲ୍‌ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଗେଲ୍‌ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ(ଏଚ୍‌ଆର୍‌, ସିଏସ୍‌ଆର୍‌) ପ୍ରାସୁନ୍‌ କୁମାର, ଗେଲ୍‌ର ଚିଫ୍‌ ଜେନେରାଲ ମ୍ୟାନେଜର(ସିଏସ୍‌ଆର୍‌) ଅନୁପ ଗୁପ୍ତା, ସିଏସ୍‌ଆର୍‌ଏଲ୍‌ ଡାଇରେକ୍ଟର ଏସ୍‌.କେ. ସାହି ପ୍ରମୁଖ ଉପସ୍ଥିତ ଥିଲେ।
ଗେଲ୍‌ ଉତ୍କର୍ଷ ଚଳିତବର୍ଷ ଏହାର ଦଶମ ବ୍ୟାଚ୍‌କୁ ରେସିଡେନ୍ସିଆଲ କୋଚିଂ ଯୋଗାଇଦେଇଥିବା ବେଳେ ଏକବର୍ଷ ପାଇଁ ଛାତ୍ରୀଛାତ୍ରଙ୍କୁ ମାଗଣା କୋଚିଂ ସହ ସମସ୍ତ ପ୍ରକାର ସୁବିଧା ସୁଯୋଗ ପ୍ରଦାନ କରାଯାଇଥିଲା। ସିଏସ୍‌ଆର୍‌ଏଲ୍‌ ସହ ମିଳିତ ଭାବେ ଗେଲ୍‌ ୨୦୦୯-୧୦ ଶିକ୍ଷାବର୍ଷରୁ ଏଭଳି କାର୍ଯ୍ୟକ୍ରମର ଆୟୋଜନ କରିଆସୁଛି। ପ୍ରଥମେ କାନପୁରରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଏବେ ଦ୍ୱାରହାଟ, ଶ୍ରୀନଗର ଓ ଉତ୍ତରାଖଣ୍ଡରେ ମଧ୍ୟ ଅନୁଷ୍ଠିତ ହେଉଛି। ୨୦୦୯ରେ ମାତ୍ର ୨୩ଜଣ ଛାତ୍ରୀଛାତ୍ରଙ୍କୁ ନେଇ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଇତିମଧ୍ୟରେ ୬୮୩ଜଣ ଗରିବ ମେଧାବୀ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ସଜାଡ଼ିଛି। ୮୯% ସଫଳତା ସହ ପିଲାମାନେ ଆଇଆଇଟି, ଏନ୍‌ଆଇଟି ଭଳି ଶିକ୍ଷାନୁଷ୍ଠାନରେ ଶିକ୍ଷାଗ୍ରହଣ କରିବାର ସୁଯୋଗ ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁନାଖଳା ପାହାଡ଼ରେ ବାଘ ଆତଙ୍କ, ଲୋକେ ଭୟଭୀତ

ପାତ୍ରପୁର୨୧।୩(ଉମାଚରଣ ନେପାକ): ଗଞ୍ଜାମ ଜିଲା ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଲଙ୍କା-ସୁନାଖଳା ପାହାଡ଼ ନିକଟରେ ଶନିବାର ସନ୍ଧ୍ୟାରେ ଏକ କଲରାପତିରିଆ ବାଘ ବସିଥିବା ସ୍ଥାନୀୟ ଲୋକେ ଦେଖିଥିବା ଚର୍ଚ୍ଚା…

ବିଜେଡି ଛାଡ଼ିଲେ ବସ୍ତା ବ୍ଲକ ସଭାପତି ଅନିଲ ମହାନ୍ତି, କହିଲେ ଏହି ବଡ଼ କାରଣ…

ବାଲେଶ୍ୱର, ୨୧।୩(ବାଞ୍ଛାନିଧି ଦେ): ବିଜେଡି ଛାଡ଼ିଲେ ବାଲେଶ୍ୱର ଜିଲା ବସ୍ତା ବ୍ଲକ ସଭାପତି ଅନିଲ କୁମାର ମହାନ୍ତି l ସେ ଶନିବାର ଦଳର ପ୍ରାଥମିକ ସଦସ୍ୟ ପଦରୁ…

ସ୍ତ୍ରୀଙ୍କୁ ତଣ୍ଟିଚିପି ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେଇଥିଲେ ସ୍ବାମୀ, ଅଦାଲତ ଶୁଣାଇଲେ ଏମିତି ରାୟ

ଥୁଆମୂଳ ରାମପୁର,୨୧ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଓ ଦୌରା ଜଜ୍‌ ଅଦାଲତ ଏକ ସମ୍ବେଦନଶୀଳ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି।…

ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ଛାତରୁ ଡେଇଁ ପଡ଼ିଲେ ସ୍ତ୍ରୀ, ଆଉ ତା’ପରେ…

କଣ୍ଟାବାଞ୍ଜି,୨୧।୩: ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଥାନା କପିଳାଭଟା ଗାଁରେ ଶନିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ସ୍ତ୍ରୀ ଛାତରୁ ଡେଇଁ…

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରି ଜଙ୍ଗଲରେ ବିସ୍ଫୋରକ ଖଞ୍ଜିଥିଲେ ମାଓବାଦୀ, ବଡ଼ ଅଘଟଣ ଘଟିବା ପୂର୍ବରୁ…

ବାଲିଗୁଡ଼ା,୨୧ା୩(ସଞ୍ଜୟ କୁମାର ପାଣିଗ୍ରାହୀ): ସମଗ୍ର କନ୍ଧମାଳ ଜିଲାରେ କୋମ୍ବିଂ ଅପରେଶନକୁ ଜୋରଦାର କରାଯାଉଥିବା ବେଳେ ଏକ ବଡ଼ଧରଣର ଅଘଟଣରୁ ବର୍ତ୍ତିଯାଇଛନ୍ତି ସୁରକ୍ଷାକର୍ମୀ। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଜଙ୍ଗଲରେ…

ସାକ୍ଷୀଗୋପାଳଙ୍କୁ ଦର୍ଶନ କରି ଟଳି ପଡ଼ିଲେ ବୃଦ୍ଧା

ସାକ୍ଷୀଗୋପାଳ,୨୧ା୩(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଶନିବାର ସନ୍ଧ୍ୟାରେ ଶ୍ରୀ ସାକ୍ଷୀଗୋପାଳଙ୍କୁ ଦର୍ଶନ କରିବା ପରେ ଜଣେ ବୃଦ୍ଧା ତୀର୍ଥଯାତ୍ରୀ ହଠାତ୍‌ ଟଳି ପଡ଼ିଥିଲେ। ତାଙ୍କ ସହିତ ରହିଥିବା…

କାମାକ୍ଷାନଗର କଲେଜ ଛାତ୍ରୀଙ୍କୁ ବଳାତ୍କାର ପରେ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଧରିଲା ପୋଲିସ, ଓଗାଳିଲେ ସବୁ ସତ

କାମାକ୍ଷାନଗର,୨୧ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ବହୁ ଚର୍ଚ୍ଚିତ କଲେଜ ଛାତ୍ରୀ ବଳାତ୍କାର ଓ ହତ୍ୟା ଘଟିବାର ତିନିଦିନ ପରେ ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ଧରିବାରେ…

ଗୁଜରାଟର କମ୍ପାନୀରେ କାମ କରୁଥିଲେ ଯୋଗେନ୍ଦ୍ର, ଡ୍ୟୁଟିରୁ ଫେରିବାବେଳେ ଘଟିଲା…

ଦିଗପହଣ୍ଡି,୨୧ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଆଡ଼ପଡ଼ା ଗ୍ରାମର ଯୋଗେନ୍ଦ୍ର ପ୍ରଧାନ(୫୫)ଙ୍କ ଗୁଜରାଟର ପାଟଣା ସହରରେ ମୃତ୍ୟୁ ଘଟିଛି। ଶନିବାର ମଧ୍ୟାହ୍ନରେ ତାଙ୍କ ମୃତଦେହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri