Categories: ଫୁରସତ

ଗେଣ୍ଡାରୁ ପ୍ରସ୍ତୁତ ହେବ କ୍ୟାନ୍‌ସର ଔଷଧ

ସିଡ୍‌ନୀ: ଅଷ୍ଟ୍ରେଲିଆର ସମୁଦ୍ରରେ ଦେଖାଯାଉଥିବା ଏକ ପ୍ରକାର ଗେଣ୍ଡା ହ୍ବାଇଟ ସି’ ସ୍ନେଲ୍‌ର କ୍ୟାନ୍‌ସର ପ୍ରତିରୋଧକ ଗୁଣ ରହିଛି ବୋଲି ଗବେଷକମାନେ କହିଛନ୍ତି। ଏହାର ଆଣ୍ଟି ବ୍ୟାକ୍ଟେରିଆଲ ଓ ଆଣ୍ଟି ଇନ୍‌ଫ୍ଲମାଟୋରି ଗୁଣ ମଧ୍ୟ ରହିଛି। ଏହି ଗେଣ୍ଡାର ମ୍ୟୁକସ ବା ଶ୍ଳେଷ୍ମାରୁ ଏକ ପ୍ରକାର ଉପାଦାନ ମିଳିଛି ଯାହା ବାଓ୍ବେଲ (ବୃହଦନ୍ତ୍ର ) କ୍ୟାନ୍‌ସରକୁ ସହଜରେ ପ୍ରତିରୋଧ କରିପାରିବ ବୋଲି କହିଛନ୍ତି ଫ୍ଲିଣ୍ଡର ୟୁନିଭର୍ସିଟି, ଅଷ୍ଟ୍ରେଲିଆର ପ୍ରଫେସର ତଥା ମୁଖ୍ୟ ଗବେଷକ । ଏହା ମଧ୍ୟ ବିଭିନ୍ନ ଫାର୍ମା କମ୍ପାନୀକୁ କୋଲୋରେକ୍ଟାଲ କ୍ୟାନ୍‌ସର ଟ୍ୟୁମର ଆଶଙ୍କା କମ୍‌ କରିବା ପାଇଁ ଔଷଧ ପ୍ରସ୍ତୁତ କରିବାରେ ସାହାଯ୍ୟ କରିବ । ଏହି ତଥ୍ୟ ସାଇଣ୍ଟିଫିକ ରିପୋର୍ଟରେ ପ୍ରକାଶ ପାଇଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଅନୁସାରେ କୋଲୋରେକ୍ଟାଲ କ୍ୟାନସର୍‌ରେ ପ୍ରତିବର୍ଷ ପୃଥିବୀରେ ୯.୬ ମିଲିଅନ ଲୋକ ମୃତ୍ୟୁବରଣ କରୁଛନ୍ତି। ଏଣୁ ଏହି ଗବେଷଣା ଆଗକୁ ଏଭଳି ଘାତକ କ୍ୟାନ୍‌ସରକୁ ରୋକିବାରେ ପ୍ରମୁଖ ଭୂମିକା ଗ୍ରହଣ କରିପାରିବ ବୋଲି ଗବେଷକମାନେ ମତ ଦେଇଛନ୍ତି।

Share