ଗୃହ ବିଭାଗ ଖର୍ଚ୍ଚ ଦାବି ଆଲୋଚନା:‘ଅପରାଧ ବୃଦ୍ଧି ପାଇଲେ ବିକାଶ ହୁଏନାହିଁ’

ଭୁବନେଶ୍ୱର, ୩୦।୭(ବ୍ୟୁରୋ): ବିଧାନସଭାରେ ସୋମବାର ଗୃହ ଏବଂ ସାଧାରଣ ପ୍ରଶାସନ ବିଭାଗ ଖର୍ଚ୍ଚ ଦାବି ଉପରେ ଆଲୋଚନା ବେଳେ ବିରୋଧୀ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି କଥା ଉଠାଇ ଶାସକ ଦଳକୁ ଘେରିଛନ୍ତି। ଅନ୍ୟପଟେ ରାଜ୍ୟରେ ବଢୁଥିବା ନାବାଳିକା ବଳାତ୍କାର ପ୍ରସଙ୍ଗରେ ମଧ୍ୟ ଶାସକ ଦଳକୁ କଡା ଭାଷାରେ ସମାଲୋଚନା କରିଛନ୍ତି। ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ କହିଛନ୍ତି ଯେ, ଯେଉଁଠାରେ ଅପରାଧ ବୃଦ୍ଧି ପାଏ ସେହି ରାଜ୍ୟରେ ବିକାଶ ହୋଇପାରେନି। ଓଡିଶାରେ ଅପରାଧ ଏକ ବଡ ସମସ୍ୟା ହୋଇ ସୃଷ୍ଟି ହୋଇଛି। ରାଜ୍ୟ ଯେପରି ଆଗେଇବା କଥା ସେମିତି ଆଗେଇପାରୁ ନାହିଁ। ଏଠାରେ ଆଇନ ଶୃଙ୍ଖଳା ରକ୍ଷା ପାଇଁ ଯେପରି ଭିତ୍ତିଭୂମି ଏବଂ ମାନବ ସମ୍ବଳର ଆବଶ୍ୟକତା ରହିଛି ତାହା ନାହିଁ। ପ୍ରତ୍ୟେକ ରାଜ୍ୟର ଥାନାରେ ୩୦ରୁ ୪୦ ଜଣ ଲେଖା ପୋଲିସ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ହେଲେ ଓଡିଶାର ବହୁ ଥାନାରେ ୫ ଜଣ ଲେଖାଏ ପୋଲିସ କର୍ମଚାରୀ ରହୁଛନ୍ତି। ଓଡିଶାରେ ଅପରାଧ ବଢିବା ସାଙ୍ଗକୁ ଧନଜୀବନ ଅସୁରକ୍ଷିତ ଅଛି। ମାଓବାଦୀ ଦମନରେ ସରକାର ଏ ପର୍ଯ୍ୟନ୍ତ ସଫଳ ହୋଇପାରିଲେ ନାହିଁ। କେନ୍ଦ୍ରୀୟ ସୁରକ୍ଷାକୁ ଯେଉଁଭଳି ସହଯୋଗ ମିଳିବା ଆବଶ୍ୟକ ରହିଛି ତାହା ମିଳୁନାହିଁ। ସ୍ଥାନୀୟ ପୋଲିସ ମଧ୍ୟ ଏନେଇ ସମର୍ଥନ ଦେଉନାହିଁ। ନାରୀ ନିର୍ଯାତନା, ଚୋରି, ଡକାୟତି, ହତ୍ୟା ଏବଂ ନାବାଳିକାଙ୍କୁ ଗଣବଳାତ୍କାର ଘଟଣା ବୃଦ୍ଧି ପାଇଛି। ଅପରାଧ ହ୍ରାସ କରିବା ପାଇଁ ବିଭିନ୍ନ କମିଟି ସୁପାରିସ କଲେ ମଧ୍ୟ ସରକାର ତାକୁ କାର୍ଯ୍ୟକାରୀ କରୁନାହାନ୍ତି। ବହୁ ଅପରାଧରେ ଦୋଷୀ ଧରାହୋଇପାରୁ ନାହାନ୍ତି। ୯୦ ଭାଗ ଦୋଷୀ ଖସିଯିବାରେ ସମର୍ଥ ହେଉଛନ୍ତି। କ୍ୟାଡରଭୁକ୍ତ ପବ୍ଲିକ ପ୍ରସିକ୍ୟୁଟର ବହୁତ କମ୍‌ ଅଛନ୍ତି। ଗୃହ ବିଭାଗ ଠିକ୍‌ ଚାଲିଲେ ରାଜ୍ୟର ଉନ୍ନତି ହେବ। ସରକାର ପିପିପି ଏବଂ ଏପିପିକୁ କ୍ୟାଡରଭୁକ୍ତ କରନ୍ତୁ। ହୋମଗାର୍ଡମାନଙ୍କ ଦରମା ବୃଦ୍ଧି କରାଯାଉ, ଥାନାରେ ବ୍ୟବହାର ହେଉଥିବା ଗାଡିରେ ତେଲ ଅଧିକ ଦେବାକୁ ଯୋଜନା କରାଯାଉ। ଭବାନୀପାଟଣାରେ ମାଓବାଦୀମାନେ ଥାନାରୁ ବନ୍ଧୁକ ନେଇ ପଳାଇଯାଉଛନ୍ତି। ପୋଲିସ ଠିକ୍‌ କାମ କରିପାରୁନାହିଁ। ସବୁ ଛକରେ ସିସିଟିଭି ଲଗାଯାଉ। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଯେତେକି ଅର୍ଥ ଦେଉଛନ୍ତି ତାକୁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଖର୍ଚ୍ଚ କରିପାରୁନାହାନ୍ତି। ସେହି ବଳକା ଟଙ୍କାକୁ ସରକାର ତୁରନ୍ତ ଖର୍ଚ୍ଚ କରନ୍ତୁ। ସାଧାରଣ ଲୋକମାନଙ୍କୁ ପୋଲିସ ଇନଫର୍ମର ଭାବି ହତ୍ୟା କରାଯାଉଥିଲେ ମଧ୍ୟ ପୋଲିସ କିଛି କରିପାରୁନାହିଁ। ଅପରାଧ କମିବା ଦିଗରେ ସରକାର ଆଦୌ ଗୁରୁତ୍ୱ ଦେଉନାହାନ୍ତି ବୋଲି ନାଏକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ମାର୍ଚ୍ଚ ୧୦ରୁ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ପ୍ରାକ୍‌ ପ୍ରସ୍ତୁତିକୁ ତ୍ୱରାନ୍ବିତ କରିବାକୁ…

ଛତ୍ରପୁର, ୧୮ା୨(ଦିଲୀପ ସାମଲ)- ଚଳିତବର୍ଷ ମାର୍ଚ୍ଚ ମାସ ୧୦ ତାରିଖରୁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ ଆରମ୍ଭ ହେବ। ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ବଲାଙ୍ଗୀର: ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ, ଚଢ଼ାଉ କରି ୨ ଦେହଜୀବିଙ୍କ ସହ ୪ ଗ୍ରାହକଙ୍କୁ…

ବଲାଙ୍ଗୀର,୧୮।୨(ସୁନୀଲ କୁମାର ମହାନ୍ତି)- ବଲାଙ୍ଗୀର ସହର ସୁଦପଡା ଗ୍ୟାସ ଗୋଦାମ ନିକଟ ଏକ ଭଡ଼ା ଘରେ ସେକ୍ସ ରାକେଟ ଠାବ ହୋଇଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ…

ଥାଇଲ୍ୟାଣ୍ଡରେ ଫସିଛନ୍ତି ୬ ଓଡ଼ିଆ ଶ୍ରମିକ; ଖାଇବାକୁ ମିଳୁନି…, ଫେରିବା ପାଇଁ ସରକାରଙ୍କୁ ଗୁହାରି

ଭୁବନେଶ୍ୱର,୧୮।୨: ପରିବାର ପ୍ରତିପୋଷଣ ପାଇଁ ସୁଦୂର ଥାଇଲ୍ୟାଣ୍ଡ ଯାଇ ନିର୍ଯାତନାର ଶିକାର ହେଲେ ଓଡ଼ିଆ ଶ୍ରମିକ। କେନ୍ଦ୍ରାପଡ଼ା ଏବଂ ଭଦ୍ରକ ଜିଲାର ୬ ଜଣ ଶ୍ରମିକ ଏବେ…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

ଅନଲାଇନ୍ ନିରାପତ୍ତା ଓ ସାଇବର ଅପରାଧ ନେଇ ସଚେତନତା   

ଦିଗପହଣ୍ଡି,୧୮।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ବୁଧବାର ସ୍ଥାନୀୟ ସିଡିପିଓ କାର୍ଯ୍ୟାଳୟ ପକ୍ଷରୁ ବେଟି ବଚାଓ ଓ ବେଟି ପଢାଓ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri