ଗୃହିଣୀ ହାତରେ ବନ୍ଧୁକ

ଭଦ୍ରକ ଅଫିସ, ୨୬।୫ – ଯେଉଁ ନାରୀ ହାତରେ ରୋଷେଇ କରି ଚାରିକାନ୍ଥ ମଧ୍ୟରେ ସୀମିତ ରହେ ସେହି ନାରୀ ବି ବନ୍ଧୁକ ଚାଳନା କରି ପ୍ରତିଭା ଦେଖାଇଥାଏ। ଏଭଳି ଜଣେ ଅନନ୍ୟ ପ୍ରତିଭା ହେଉଛନ୍ତି ରୁକ୍ମିଣୀ ଲାହା(୩୬)। ଘର ଭଦ୍ରକ ପୌରାଞ୍ଚଳ ଅଧୀନ ନରିପୁର ଅଞ୍ଚଳରେ। ସ୍ବାମୀ ରଘୁନାଥ ପ୍ରସାଦ ଲାହା, ପୁଅ ରୁଦ୍ର ଓ ଝିଅ ଆଦ୍ୟାଶାଙ୍କୁ ନେଇ ତାଙ୍କର ପରିବାର। ଜଣେ ଗୃହିଣୀ ହୋଇଥିଲେ ମଧ୍ୟ ସେ ବନ୍ଧୁକ ଚାଳନାରେ ବେଶ୍‌ ପାରଦର୍ଶିତା ହାସଲ କରିଛନ୍ତି। ଆଗକୁ ବଢ଼ିବା ଏବଂ ଆଗାମୀ ରାଜ୍ୟସ୍ତରୀୟ ବନ୍ଧୁକ ଚାଳନା ପ୍ରତିଯୋଗିତାରେ ଭାଗ ନେବା ଲାଗି ସେ ନିୟମିତ ଅଭ୍ୟାସ ଜାରି ରଖିଛନ୍ତି। ବନ୍ଧୁକ ଚାଳନା ଭଳି ଦୁଃସାହସିକ କ୍ରୀଡ଼ା ପ୍ରତି ରୁକ୍ମିଣୀ ରୁଚି ରଖୁଥିବାରୁ ତାଙ୍କ ପରିବାର ତାଙ୍କୁ ଉତ୍ସାହିତ କରୁଛନ୍ତି।
୨୦୦୪ ରେ ରୁକି୍ମଣୀ ରଘୁନାଥଙ୍କୁ ବିବାହ କରିଥିଲେ। ରଘୁନାଥ ଜଣେ ଜାତୀୟସ୍ତରୀୟ ବନ୍ଧୁକ ଚାଳନା କ୍ରୀଡ଼ାବିତ୍‌। ୨୦୧୩ରୁ ସ୍ବାମୀଙ୍କୁ ଅନୁକରଣ କରି ସେ ବନ୍ଧୁକ ଚାଳନା ଅଭ୍ୟାସ ଆରମ୍ଭ କରିଥିଲେ। ବ୍ୟସ୍ତବହୁଳ ଜୀବନରୁ ସମୟ ବାହାର କରି ବନ୍ଧୁକ ଚାଳନା ଅଭ୍ୟାସ ଲାଗି ଘର ବାଡ଼ି ପଛପଟେ ଥିବା ସାଳନ୍ଦୀ ଶଯ୍ୟାରେ ଏକ ଅସ୍ଥାୟୀ ରେଞ୍ଜ କରିଛନ୍ତି। ୨୦୧୬ରେ ରୁକ୍ମିଣୀ ତାଳଚେର ରାଇଫଲ୍‌ କ୍ଲବ ପକ୍ଷରୁ ମହିଳା ବିଭାଗ ପ୍ରତିଯୋଗିତାରେ ଭାଗ ନେଇ ବନ୍ଧୁକ ଚାଳନାରେ ଦକ୍ଷତା ପ୍ରଦର୍ଶନ କରିଥିଲେ। ସେଠାରୁ ପ୍ରମାଣପତ୍ର ପାଇ ପ୍ରଶଂସିତ ହୋଇଥିଲେ। ଏହାପରଠାରୁ ପଛକୁ ଫେରି ଚାହିଁନାହାନ୍ତି। ରୁକ୍ମିଣୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ବନ୍ଧୁକ ଚାଳନା ପ୍ରଶିକ୍ଷଣ ଲାଗି ଭଦ୍ରକରେ ସରକାରୀ ସ୍ତରରେ କୌଣସି ଭିତ୍ତିଭୂମି ସୃଷ୍ଟି ହୋଇନାହିଁ। ଏଥିଲାଗି ନିଜ ଘରବାଡ଼ିରେ ରେଞ୍ଜ ପ୍ରସ୍ତୁତ କରି ସେ ଅଭ୍ୟାସ କରୁଛନ୍ତି। ଅଭ୍ୟାସ ପାଇଁ ଆବଶ୍ୟକ ପଡୁଥିବା ଗୁଳି ବ୍ୟୟବହୁଳ ହୋଇଥିବାରୁ ସେ ଅଳ୍ପ ସମୟ ଲାଗି ଅଭ୍ୟାସ କରିପାରୁଛନ୍ତି। ଗୋଟିଏ ଗୁଳି କିଣିବାକୁ ୪୦ ଟଙ୍କା ପଡୁଥିବାରୁ ତାଙ୍କ ଅଭ୍ୟାସରେ ସମସ୍ୟା ସୃଷ୍ଟି ହେଉଛି। ଏହି ଜିଲାରେ କ୍ରୀଡ଼ାବିତ୍‌ଙ୍କୁ ପ୍ରୋତ୍ସାହିତ କରିବା ଲାଗି କୌଣସି କମ୍ପାନୀ ଆଗଭର ହେଉ ନ ଥିବାରୁ ଅନେକ ପ୍ରତିଭା ଅବହେଳିତ ହୋଇରହୁଛନ୍ତି। ଜିଲା କ୍ରୀଡ଼ା ବିଭାଗ ଷ୍ଟାଡିୟମ୍‌ ପରିସରରେ ରେଞ୍ଜ୍‌ ନିର୍ମାଣ କରି ଏବଂ କୋଚ୍‌ ନିଯୁକ୍ତ କରି ବନ୍ଧୁକ ଚାଳନା ଭଳି କ୍ରୀଡ଼ାକୁ ପ୍ରୋତ୍ସାହିତ କରିବା ଆବଶ୍ୟକ ବୋଲି ରୁକି୍ମଣୀଙ୍କ ସ୍ବାମୀ ରଘୁନାଥ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହୋଟେଲ ମାଲିକଙ୍କୁ ହତ୍ୟା: ଦୋକାନ ଆଗରେ…

ସିମୁଳିଆ, ୧୬।୨(ସନ୍ତୋଷ ନାୟକ): ବାଲେଶ୍ବର ଜିଲା ସିମୁଳିଆ ଥାନା ଠାରୁ ୩କି.ମି. ଦୂର ୧୬ନଂ ଜାତୀୟ ରାଜପଥ ପାଶର୍‌ବରେ ଥିବା ଜୟ ମା ’ଦୁର୍ଗା ନାମକ ହୋଟେଲର…

ବ୍ରିଜ୍‌ ଭାଙ୍ଗି ନଦୀକୁ ଖସିଲା ଅଦା ବୋଝେଇ ଟ୍ରକ୍‌, ଭିତରେ ଥିଲେ ଡ୍ରାଇଭର-ହେଲ୍‌ପର

ବସ୍ତା,୧୬ା୨(ହରିଶଙ୍କର ପାଢ଼ୀ): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ମଥାନୀ ବାଇପାସ ପେଗରପଡ଼ା ଜଳକା ନଦୀର ବ୍ରିଜରୁ ଘନ କୁହୁଡି ଯୋଗୁ ସୋମବାର ଭୋର୍‌ ସମୟରେ ଏକ…

ଶଙ୍ଖେଶ୍ୱରଙ୍କ ପୀଠରେ ଅଲୌକିକ ଘଟଣା: ଦର୍ଶନ ଦେଲେ ନାଗରାଜ, ପିଇଲେ କ୍ଷୀର, ଦେଖନ୍ତୁ ଭିଡିଓ…

ନୀଳଗିରି,୧୬ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ଭଗବାନ ଶିବ ଶମ୍ଭୁଙ୍କର ରହିଛି ଅନେକ ରହସ୍ୟ, ଯେପରି ବ୍ରହ୍ମାଣ୍ଡର ନା ଆଦି ଅଛି ନା ଅନ୍ତ ଅଛି। ଠିକ ସେହିଭଳି ଶିବ…

ଜାଗରରେ ଅଘଟଣ: ଦୀପରୁ ମହିଳାଙ୍କ ଦେହରେ ଲାଗିଲା ନିଆଁ, ଆଉ ତା’ ପରେ…

ଖଇରା,୧୫ା୨(ଉତ୍କଳ ବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ଗଣ୍ଡିବେଡ଼ସ୍ଥିତ ଲଙ୍କେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ଦୀପରୁ ନିଆଁ ଲାଗିବା ଯୋଗୁ ଗଣ୍ଡିବେଡ଼ ଗ୍ରାମର ଭଗବାନ…

ମହାଶିବରାତ୍ରିକୁ ନେଇ ଚଳଚଞ୍ଚଳ ଭୋଗରାଇ: ଭକ୍ତଙ୍କ ପ୍ରବଳ ଗହଳି, ଭୋର ୪.୩୦ରେ ଉଠିବ ମହାଦୀପ

ଭୋଗରାଇ, ୧୫।୨(ପ୍ରଦୀପ ଦାସ): ଆଜି ହେଉଛି ପବିତ୍ର ମହାଶିବରାତ୍ରି। ସମସ୍ତ ଶୈବପୀଠ ହୋଇଛି ଭକ୍ତମୟ। ସବୁଠି ଓଁ ନମଃ ଶିବାୟରେ ପ୍ରକମ୍ପିତ ହେଉଛି ମନ୍ଦିର l ଏଭଳି…

ମା’ ହେଲେ ନାବାଳିକା; ୮ ମାସ ହେଲା ମିଳୁଥିଲା ସରକାରୀ ସୁବିଧା, ଟିକା

ନୀଳଗିରି,୧୫ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଏକ କନ୍ୟା ସନ୍ତାନକୁ ଜନ୍ମଦେଇଛନ୍ତି। ଆଶାକର୍ମୀ ଦୀର୍ଘଦିନ…

ଦାଦା ବଟି ପାଇଁ ଗୋଷ୍ଠୀ ସଂଘର୍ଷ : ମାରଣାସ୍ତ୍ରରେ ଯୁବକଙ୍କୁ ହାଣିଦେଲେ…

ବାଲେଶ୍ୱର,୧୪।୨( ବାଞ୍ଛାନିଧି ଦେ ) : ଦାଦା ବଟି ପାଇଁ ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ଗୁଜୁରୀ ବଜାର ଛକଠାରେ ଶନିବାର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ…

ମୁହାଁମୁହିଁ ଧକ୍କା ହୋଇ ବିଳମ୍ବିତ ରାତିରେ ଜଳିଲା ୨ଟି ଟ୍ରକ୍‌, ଦୁଇ ଗୁରୁତର ହସ୍ପିଟାଲରେ ଭର୍ତ୍ତି

ବସ୍ତା, ୧୪।୨(ହରି ଶଙ୍କର ପାଢ଼ୀ) : ବିଳମ୍ବିତ ରାତିରେ ୧୬ ନଂ ଜାତୀୟ ରାଜପଥରେ ଧକ୍କା ଲାଗି ଜଳିଗଲା ଦୁଇଟି ଟ୍ରକ୍‌। ଗୁରୁତର ଆହତ ଅବସ୍ଥାରେ ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri