ଗୃହପାଳିତ, ବୁଲା ପଶୁପକ୍ଷୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା

ସମ୍ବଲପୁର, ୨୮।୩ (ବ୍ୟୁରୋ)-ଗୃହପାଳିତ ପଶୁପକ୍ଷୀ ଯଥା ଗାଈ, ଗୋରୁ, କୁକୁର, ପାରା, ବିଲେଇ, ଶୁଆଙ୍କ ପାଇଁ ପ୍ରଶାସନ ବ୍ୟବସ୍ଥା କରିଛି । ଜିଲା ପ୍ରାଣୀଧନ ବିଭାଗ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା ସହ ଏକ ହ୍ବାଟ୍‌ଅପ୍‌ ନମ୍ବର ରହିଛି । ଗୃହପାଳିତ ପଶୁ ଓ ପକ୍ଷୀଙ୍କ ପାଇଁ ଲୋକେ ଡାକ୍ତରଙ୍କଠାରୁ ପରାମର୍ଶ ନିଆଯାଇ ପାରିବ। ଆବଶ୍ୟକ ହେଲେ ଡାକ୍ତରଙ୍କ ପାଖକୁ ଲୋକେ ଯାଇପାରିବେ । ଏପରି କି ଏକ ଆମ୍ବୁଲାନ୍ସ ସେବା ରହିଛି । ୮୮୯୫୮୧୪୦୪୨ ନମ୍ବରରେ ଫୋନ୍‌ କଲେ ଜରୁରୀକାଳୀନ ସେବା ଯୋଗାଇ ଦିଆଯିବ ବୋଲି ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି । ଅନ୍ୟପକ୍ଷେ ବୁଲା କୁକୁର ଓ ଗାଈ, ଗୋରୁଙ୍କ ପାଇଁ ଘର ସମ୍ମୁଖରେ କିଛି ଖାଇବା ଓ ପାଣି ରଖିବା ପାଇଁ ପ୍ରଶାସନ ଅନୁରୋଧ କରିଛି।