ଗୁଳି ଫୁଟାଇ ଆତ୍ମହତ୍ୟା କଲେ ବଣାଇ ବିଧାୟକଙ୍କ ପିଏସ୍‌ଓ

ସୁନ୍ଦରଗଡ଼,୧୮।୬(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବଣାଇ ବିଧାୟକ ଲକ୍ଷଣ ମୁଣ୍ଡାଙ୍କ ପିଏସ୍‌ଓ ନିଜ ସର୍ଭିସ ବନ୍ଧୁକରୁ ଗୁଳି ଫୁଟାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ତେବେ ଆତ୍ମହତ୍ୟାର କାରଣ ଏଯାଏଁ ଜଣାପଡ଼ିନାହିଁ। ବୁଧବାର ରାତିରେ ସେ ନିଜ ଗ୍ରାମରେ ଆତ୍ମହତ୍ୟା କରିଥିଲେ। ପୋଲିସ ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ବଣାଇ ଉପଖଣ୍ଡ ଡାକ୍ତରଖାନା ପଠାଇଛି। ଅପରପକ୍ଷେ କେଉଁ ପରିସ୍ଥିତିରେ ସେ ଏଭଳି କଲେ ସେନେଇ ପୋଲିସ ତଦନ୍ତ ଜାରି ରଖିଛି।