Categories: ଜାତୀୟ

‘ଗୁଳି କଲେ ବି ଘୁଞ୍ଚିବୁ ନାହିଁ’

ନୂଆଦିଲ୍ଲୀ,୨୦ା୨: ତୁମେ ଗୁଳି ଚଳାଇଲେ ବି ଆମେ ପଛକୁ ଘୁଞ୍ଚିବୁ ନାହିଁ। ଗୋଟିଏ ଇଞ୍ଚ ତ ଦୂରର କଥା, କେଶାଗ୍ରେ ସ୍ଥାନ ଛାଡ଼ିବୁ ନାହିଁ। ସିଏଏକୁ ନେଇ ସରକାର ଏକ ଇଞ୍ଚ ଘୁଞ୍ଚିବେ ନାହିଁ ବୋଲି ଯଦି ସ୍ବରାଷ୍ଟ୍ରମନ୍ତ୍ରୀ କହୁଛନ୍ତି ତେବେ ଆମେ ମଧ୍ୟ କେଶ ଅଗ୍ର ସମ ଭୂଇଁରୁ ହଟିବୁ ନାହିଁ। ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ମଧ୍ୟସ୍ଥମାନେ ଆଲୋଚନା ପାଇଁ ଦକ୍ଷିଣ ଦିଲ୍ଲୀର ଶାହିନବାଗରେ ପହଞ୍ଚିଥିବାବେଳେ ସିଏଏ ବିରୋଧୀ ବିକ୍ଷୋଭର ପ୍ରତୀକ ପାଲଟିଥିବା ବିଲ୍‌କିସ୍‌ ବାନୋ ଏପରି ଚେତାବନୀ ଦେଇଛନ୍ତି।

Share