ଗୁଳିମାଡରେ ଆହତ ଭିକାରୀଙ୍କ ମୃତ୍ୟୁ

ଖଲ୍ଲିକୋଟ,୧୭।୫(ଡି.ଏନ୍‌.ଏ.)- ଖଲ୍ଲିକୋଟ ଥାନା କେଶପୁର ବଜାର ହନୁମାନ ମନ୍ଦିର ନିକଟରେ ଗୁରୁବାର ରାତିରେ ଅଜଣା ଦୁର୍ବୃତ୍ତଙ୍କ ଗୁଳିମାଡରେ ରାମଚନ୍ଦ୍ରପୁର ଗ୍ରାମର ଭିକାରୀ ତରେଇ ଆହତ ହୋଇଥିଲେ। ତାଙ୍କୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଶୁକ୍ରବାର ତାଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକେ କହିଛନ୍ତି। ଭିକାରୀ କେଶପୁର ବଜାରରୁ ଘରକୁ ଫେରୁଥିବାବେଳେ ହନୁମାନ ମନ୍ଦିର ନିକଟରେ ୨ଟି ବାଇକରେ ଦୁର୍ବୃତ୍ତମାନେ ଆସି ତାଙ୍କ ପଛପଟୁ ଗୁଳିମାଡ କରିଥିଲେ। ଗୋଟିଏ ଗୁଳି ତାଙ୍କ ପିଟିରେ ବାଜିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବ୍ରହ୍ମପୁର ଓ ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା।

Share