Categories: ଜାତୀୟ

ଗୁରୁ ନାନକଙ୍କ ୫୫୦ ତମ ଜୟନ୍ତୀ: ସ୍ବର୍ଣ୍ଣ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ

ଅମ୍ରିତସର,୧୨।୧୧: ପଞ୍ଜାବର ଅମ୍ରିତସରରେ ଥିବା ସ୍ବର୍ଣ୍ଣ ମନ୍ଦିରରେ ଶିଖ୍‌ ଧର୍ମଗୁରୁ ଗୁରୁ ନାନକ ଦେବଙ୍କ ଜୟନ୍ତୀ ଅବସରରେ ମଙ୍ଗଳବାର ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ ପରିଲକ୍ଷିତ ହୋଇଛି। ଶ୍ରଦ୍ଧାଳୁମାନେ ସେଠାରେ ଥିବା ‘ସରୋବର’ରେ ବୁଡ ପକାଇବା ସହ ପ୍ରସାଦ ସେବନ କରିଛନ୍ତି। ଗୁରୁ ନାନକ ଦେବଙ୍କ ୫୫୦ ତମ ଜନ୍ମ ଦିବସକୁ ମଙ୍ଗଳବାର ପ୍ରକାଶ ପର୍ବ ଭାବେ ମଧ୍ୟ ପାଳନ କରାଯାଉଛି। ତେବେ ପାକିସ୍ତାନରେ ଥିବା ଗୁରୁ ନାନକ ଦେବଙ୍କ ଗୁରୁଦ୍ୱାର ଦର୍ଶନ ଲାଗି ଏବେ କରତାରପୁର କରିଡର ଖୋଲି ଯାଇଥିବାରୁ ଲୋକେ ଖୁସି ପ୍ରକାଶ କରିଛନ୍ତି। ସମୟ ସୁବିଧା ଦେଖି ସେମାନେ ସେଠାକୁ ଯିବେ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ଗତ ୯ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କରତାରପୁର କରିଡରର ଉଦ୍‌ଘାଟନ କରିଛନ୍ତି।

Share