Categories: ଜାତୀୟ

ଗୁରୁ ଗୋବିନ୍ଦ ସିଂହଙ୍କ ୩୫୩ତମ ଜୟନ୍ତୀ: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୨।୧: ଶିଖ୍‌ଙ୍କ ୧୦ମ ଧର୍ମଗୁରୁ ଗୋବିନ୍ଦ ସିଂହଙ୍କ ଗୁରୁବାର ୩୫୩ତମ ଜୟନ୍ତୀ ପାଳନ କରାଯାଉଛି। ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି। ଗୁରୁ ଗୋବିନ୍ଦ ସିଂହ ଲୋକଙ୍କ ସେବା, ତ୍ୟାଗ, ସତ୍ୟ, ନ୍ୟାୟ ଏବଂ ଜୀବନର ମୂଲ୍ୟବୋଧ ପ୍ରତି ସମର୍ପିତ ଥିଲେ। ସେ ଆଜିବି ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି ରାଷ୍ଟ୍ରପତି କହିଛନ୍ତି। ଉପରାଷ୍ଟ୍ରପତି କହିଛନ୍ତି, ଗୁରୁ ଗୋବିନ୍ଦ ସିଂହଙ୍କ କୃତିତ୍ୱ ରାଷ୍ଟ୍ରୀୟ, ସାମାଜିକ ଓ ନିଜ ଜୀବନରେ ଆଜିବି ଅନୁକରଣୀୟ। ସେହିପରି ପ୍ରଧାନମନ୍ତ୍ରୀ ଗୁରୁ ଗୋବିନ୍ଦ ସିଂହଙ୍କ ଉପରେ ଆଧାରିତ ଏକ ଭିଡିଓ ଶେୟାର କରି କହିଛନ୍ତି, ଅନ୍ୟାୟ ଏବଂ ଜାତିଗତ ଭେଦଭାବ ବିରୋଧରେ ଗୁରୁ ଗୋବିନ୍ଦ ସିଂହ ସଂଘର୍ଷ କରିଛନ୍ତି। ତାଙ୍କ ଆଦର୍ଶ ’ନୂଆ ଭାରତ’ ପାଇଁ ପ୍ରାସଙ୍ଗିକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Share