Categories: ଜାତୀୟ

ଗୁରୁବାର ମୋଦି ସମସ୍ତ ଏମ୍‌ପିଙ୍କୁ ଦେବେ ରାତ୍ର ଭୋଜନ

ନୂଆଦିଲ୍ଲୀ,୧୯।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୭ତମ ଲୋକ ସଭାର ସମସ୍ତ ଏମ୍‌ପିଙ୍କୁ ଗୁରୁବାର ରାତ୍ର ଭୋଜନ ଦେବେ। ଏଥିପାଇଁ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଲୋକ ସଭା ତଥା ରାଜ୍ୟ ସଭାର ସମସ୍ତ ଏମ୍‌ପିଙ୍କୁ ନିମନ୍ତ୍ରଣ ସମ୍ପର୍କରେ ଅବଗତ କରାଇଛନ୍ତି। ସ୍ଥାନୀୟ ଅଶୋକ ହୋଟେଲରେ ଏଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ପ୍ରଥମଥର ଲାଗି ପ୍ରଧାନମନ୍ତ୍ରୀ ମୋଦି ଏଭଳି ଏକ ରାତ୍ର ଭୋଜନର ଆୟୋଜନ କରୁଥିବା କୁହାଯାଉଛି।

Share