Posted inଜାତୀୟ

ଗୁରୁବାରଠାରୁ କେଦାରନାଥ ଯାତ୍ରା ଆରମ୍ଭ: ଜୁନ ୩୦ପର୍ଯ୍ୟନ୍ତ କେବଳ ରୁଦ୍ରପ୍ରୟାଗବାସୀ କରିପାରିବେ ଦର୍ଶନ

ରୁଦ୍ରପ୍ରୟାଗ,୧୧।୬: ଦେବସ୍ଥାନମ୍‌ ବୋର୍ଡର ନିଷ୍ପତ୍ତି ପରେ ଉତ୍ତରାଖଣ୍ଡରେ ଥିବା କେଦାରନାଥ ଧାମ ଯାତ୍ରାକୁ ଖୋଲି ଦିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ଜୁନ ୩୦ପର୍ଯ୍ୟନ୍ତ କେବଳ ସ୍ଥାନୀୟ ଲୋକ ଅର୍ଥାତ୍‌ ରୁଦ୍ରପ୍ରୟାଗ ଜିଲାବାସୀଙ୍କ ପାଇଁ ଏହି ଯାତ୍ରା ଖୋଲାଯିବ। ବୁଧବାର ଭିଡିଓ କନ୍‌ଫରେନ୍ସିଂ ଜରିଆରେ ରାଜ୍ୟର ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ସହ ଏନେଇ ସବିଶେଷ ଆଲୋଚନା କରିଥିଲେ। ଆରମ୍ଭରୁ ପ୍ରତିଦିନ ପ୍ରାୟ ୮୦୦ଲୋକଙ୍କୁ ଦର୍ଶନ କରିବାକୁ ଅନୁମତି ଦିଆଯିବ। ଏଥିପାଇଁ ଗୁରୁବାରଠାରୁ ସୋନପ୍ରୟାଗରେ ପ୍ରଶାସନ ପକ୍ଷରୁ ପାସ୍‌ ଜାରି କରାଯାଇଛି। ଯେଉଁ ରୁଦ୍ରପ୍ରୟାଗବାସୀଙ୍କୁ ପାସ୍‌ ମିଳିଥିବ ସେମାନେ ହିଁ କେଦାରନାଥଙ୍କ ଦର୍ଶନ କରିପାରିବେ। ଅପରପକ୍ଷେ ଉଖିମଠର ଅତିରିକ୍ତ ଜିଲାପାଳ କେଦାରନାଥ ଯାଉଥିବା ଶ୍ରଦ୍ଧାଳୁଙ୍କୁ ଏହି ପାସ୍‌ ପ୍ରଦାନ କରିବେ ବୋଲି ଜଣାପଡ଼ିଛି। ତେବେ ପ୍ରଥମ ପର୍ଯ୍ୟାୟରେ ସୀମିତ ସଂଖ୍ୟାରେ ପାସ୍‌ ଜାରି କରାଯିବ। ୬୦ବର୍ଷରୁ ଊର୍ଦ୍ଧ୍ୱ ଓ ୧୦ବର୍ଷରୁ କମ୍‌ ବୟସ୍କ, ଗର୍ଭବତୀ ମହିଳା ଓ ରୋଗୀଙ୍କୁ ଏହି ପାସ୍‌ ପ୍ରଦାନ କରାଯିବ ନାହିଁ ବୋଲି ରୁଦ୍ରପ୍ରୟାଗର ଜିଲାପାଳ ବନ୍ଦନା ସିଂହ କହିଛନ୍ତି। ଏଥିସହ ଶ୍ରଦ୍ଧାଳୁମାନେ ଗର୍ଭଗୃହକୁ ପ୍ରବେଶ କରିବେ ପାରିବେ ନାହିଁ। ନିର୍ଦ୍ଧାରିତ ହୋଇଥିବା ସ୍ଥାନରୁ ହିଁ ଶ୍ରଦ୍ଧାଳୁ ଜ୍ୟୋର୍ତିଲିଙ୍ଗର ଝାଙ୍କି ଦର୍ଶନ କରିବେ ବୋଲି ଜିଲାପାଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri