Categories: ଜାତୀୟ

ଗୁରୁପର୍ବ ପାଇଁ ୨୪୨୦ ଶିଖ୍‌ ତୀର୍ଥଯାତ୍ରୀଙ୍କର ପାକିସ୍ତାନ ଯାତ୍ରା…

ନୂଆଦିଲ୍ଲୀ,୮।୧୧ : ଗୁରୁପର୍ବ ପାଇଁ ୨୪୨୦ ଭାରତୀୟ ଶିଖ୍‌ ତୀର୍ଥଯାତ୍ରୀ ପାକିସ୍ତାନ ଯାତ୍ରା କରିଛନ୍ତି। ଏସମ୍ପର୍କରେ ମଙ୍ଗଳବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ତୀର୍ଥଯାତ୍ରୀମାନେ ବିଭିନ୍ନ ଧାର୍ମିକସ୍ଥଳରେ ଗୁରୁନାନକ ଜୟନ୍ତୀ ସମାରୋହରେ ଅଂଶଗ୍ରହଣ କରିବେ। ୪୩୩ ଜଣ ଭାରତୀୟ ତୀର୍ଥଯାତ୍ରୀ ମଙ୍ଗଳବାର ଆଇସିପି ଡେରା ବାବା ନାନକ ଅମୃତସର ମାଧ୍ୟମରେ ପାକିସ୍ତାନରେ ଶ୍ରୀ କରତାରପୁର ଗୁରୁଦ୍ୱାରା ସାହିବ ଯାତ୍ରା କରିଛନ୍ତି। ସେମାନେ ପୂଜାର୍ଚ୍ଚନା ପରେ ଫେରି ଆସିଛନ୍ତି।

୨୪୨୦ ଭାରତୀୟ ଶିଖ୍‌ ତୀର୍ଥଯାତ୍ରୀ ଓ୍ବାଘା-ଅଟାରୀ ସୀମା ଦେଇ ପାକିସ୍ତାନ ଯାତ୍ରା କରିଛନ୍ତି । ସେମାନଙ୍କ ପାଖରେ ୬ ନଭେମ୍ବର ୧୫ ପର୍ଯ୍ୟନ୍ତ ୧୦ ଦିନର ଭିଜା ରହିଛି।

Share