Categories: ଜାତୀୟ

ଗୁରୁଦାସପୁରରେ ନିଜର ପ୍ରତିନିଧି ନିଯୁକ୍ତ କଲେ ସନ୍ନି: କଂଗ୍ରେସ କହିଲା ଜନତାଙ୍କୁ ଧୋକା

ଗୁରୁଦାସପୁର,୨।୭:ବଲିଉଡ୍‌ ଅଭିନେତା ତଥା ଏମ୍‌ପି ସନ୍ନି ଦେଓଲ ନିଜ ନିର୍ବାଚନ ମଣ୍ଡଳି ଗୁରୁଦାସପୁରରେ ଜଣେ ଲେଖକଙ୍କୁ ନିଜର ପ୍ରତିନିଧି ଭାବେ ନିଯୁକ୍ତ କରିଛନ୍ତି। ଏହାକୁ ନେଇ କଂଗ୍ରେସ କହିଛି ଏହା ସାଧାରଣ ଜନତାଙ୍କ ସହ ଧୋକା। କାରଣ ଲୋକେ ଏମ୍‌ପି ବାଛିଥିଲେ ପ୍ରତିନିଧି ନୁହେଁ। ସୂଚନାଯୋଗ୍ୟ, ଗୁରୁଦାସପୁର ଲେଟର ହେଡ୍‌ରେ ଦିଆଯାଇଥିବା ଏକ ପତ୍ରରେ ସନ୍ନି ଗୁରୁପ୍ରିତ ସିଂ ପଲହେରିଙ୍କୁ ନିଜର ପ୍ରତିନିଧି ଭାବେ ନିଯୁକ୍ତ କରିଛନ୍ତି ଯିଏ ସମସ୍ତ ବୈଠକ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବେ। ଅନ୍ୟପଟେ ସନ୍ନି କହିଛନ୍ତି ସେ ପ୍ରତିମାସରେ ଗୁରୁଦାସପୁର ଗସ୍ତ କରିବେ ହେଲେ ଗୁରୁପ୍ରିତ ୨୪ ଘଣ୍ଟା ସ୍ଥାନୀୟ ଲୋକଙ୍କ ଭଲମନ୍ଦ ବୁଝିବାକୁ ନିଯୁକ୍ତ ହୋଇଛନ୍ତି।

 

Share