Categories: ଜାତୀୟ

ଗୁରୁଗ୍ରାମରେ ପଙ୍ଗପାଳ ଆତଙ୍କ: ଟିଣ ବଜାଇ, ବାଣ ଫୁଟାଇ ଘଉଡ଼ାଇବାକୁ ଉଦ୍ୟମ କଲେ ସ୍ଥାନୀୟ ଲୋକେ

ଚଣ୍ଡିଗଡ଼,୨୭।୬: କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ପଙ୍ଗପାଳ ଆତଙ୍କ ଦେଖାଦେଇଛି। କରୋନା ସହ ସଂଘର୍ଷ କରୁଥିବା ହରିୟାଣାରେ ଏବେ ପଙ୍ଗପାଳ ଆତଙ୍କ ଖେଳାଇଛନ୍ତି। ଶନିବାର ଗୁରୁଗ୍ରାମର ଭିମଗଡ ଖେଡି, ରାଜେନ୍ଦ୍ର ପାର୍କ, ସୁରଟ ନଗର, ଲକ୍ଷ୍ମଣ ବିହାର ଆଦି ଅଞ୍ଚଳରେ ଲକ୍ଷାଧିକ ସଂଖ୍ୟାରେ ପଙ୍ଗପାଳ ଘୁରି ବୁଲୁଥିବାର ଦେଖିବାକୁ ମିଳିଛି। ଫସଲ ଉପରେ ପଙ୍ଗପାଳ ଉଡୁଥିବା ଦେଖି ଚାଷୀ ଚିନ୍ତିତ ହେବା ସହ ସେମାନଙ୍କୁ ଘଉଡାଇବାକୁ ଉଦ୍ୟମ କରିଥିଲେ। ସେହିପରି ଛାତ, ରାସ୍ତା ଓ ଖୋଲା ପଡ଼ିଆରେ ମାତ୍ରାଧିକ ସଂଖ୍ୟାରେ ପଙ୍ଗପାଳଙ୍କୁ ହଠାତ୍‌ ଦେଖି ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡ଼ିଥିଲେ। ଏହାପରେ ଟିଣ ବଜାଇବା ସହ ବାଣ ଫୁଟାଇ ଏବଂ ଜୋରରେ ଶବ୍ଦ କରି ସେମାନଙ୍କୁ ଘଉଡାଇବାକୁ ଉଦ୍ୟମ କରିଥିବା ନଜର ଆସିଛି। ୧ଘଣ୍ଟା ମଧ୍ୟରେ ପଙ୍ଗପାଳ ସହରର ଚାରିଆଡ଼େ ବ୍ୟାପିଯାଇଥିଲେ। ଏନେଇ ଜିଲାପ୍ରଶାସନ ପକ୍ଷରୁ କୌଣସି ସୂଚନା ଦିଆଯାଇ ନ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତିି। ଅପରପକ୍ଷେ ପଙ୍ଗପାଳଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Share