ଗୁଣି ସନ୍ଦେହରେ ଜଣଙ୍କୁ ହତ୍ୟା: ମାମୁ, ଭଣଜା ଗିରଫ

ଦାରିଙ୍ଗବାଡ଼ି,୧୪ା୧(ଡ଼ି.ଏନ.ଏ)-କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା କ୍ରୁପାଗାଡ଼ି ଜଙ୍ଗଲରେ ଗତ ୩ ତାରିଖରେ କାଟିଙ୍ଗିଆ ପଞ୍ଚାୟତ ତଳକୁଟ୍ରୁକା ଗ୍ରାମର ସୁଦାମ ମଲ୍ଲିକ (୪୦)ଙ୍କୁ ହତ୍ୟା କରାଯାଇଥିଲା। ଗୁଣି ସନ୍ଦେହରେ ତାଙ୍କୁ ହତ୍ୟାକରି ପ୍ରମାଣ ନଷ୍ଟ କରିବାକୁ ମୃତଦେହକୁ ପୋଡ଼ି ଦିଆଯାଇଥିଲା। ଏହି ଘଟଣାରେ ସୋମବାର ୨ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ତଳକୁଟ୍ରୁକାର ସୁମନ୍ତ ମଲ୍ଲିକ ଓ ତାଙ୍କ ମାମୁ ଗଞ୍ଜାମ ଜିଲା ବଡଗଡ଼ ଥାନା ଅଞ୍ଚଳର କୁଟ୍ରାସା ମଲ୍ଲିକ। ମୃତକଙ୍କ ସମ୍ପର୍କୀୟ ସୁମନ୍ତ ହେଉଛନ୍ତି ମୁଖ୍ୟ ଅଭିଯୁକ୍ତ। ସୁଦାମ ଗୁଣି କରି ତାଙ୍କୁ ଜୀବନରେ ମାରିଦେଇ ସମସ୍ତ ନେଇଯିବେ ସନ୍ଦେହ କରି ମାମୁଙ୍କ ସହ ମିଶି ସୁମନ୍ତ ହତ୍ୟାକାଣ୍ଡ ରଚିଥବା ପୋଲିସ ସୂଚନା ଦେଇଛି। ସୁଦାମ ସମସ୍ତ ସମ୍ପତ୍ତି ହାତେଇ ନେବେ ବୋଲି ସନ୍ଦେହ କରୁଥିଲେ ସୁମନ୍ତ। ତେଣୁ ତାଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇବାକୁ ସେ ଯୋଜନା କରିଥିଲେ। ଗତ କିଛିଦିନ ହେଲା ସୁଦାମ କ୍ରୁପାଗାଡ଼ି ଜଙ୍ଗଲରେ ଥିବା କାନ୍ଦୁଲ ପଦରରେ ଏକାକି ରହୁଥିଲେ ା ଏହି ସୁଯୋଗରେ ତାଙ୍କୁ ହତ୍ୟା କରିବା ପାଇଁ ସୁମନ୍ତ ମାମୁଙ୍କୁ ଡକାଇଥିଲେ। ଗତ ୩ ତାରିଖରେ ମାମୁ, ଭଣଜା ଉକ୍ତ ପଦରକୁ ଯାଇ ସୁଦାମଙ୍କ କୁଡ଼ିଆରେ ପହଞ୍ଚି ତାଙ୍କୁ ହତ୍ୟା କରିଥିଲେ। ପରେ ପ୍ରମାଣ ନଷ୍ଟ ପାଇଁ ମୃତଦେହକୁ ପ୍ରାୟ ଦେଢ଼ କି.ମି. ଦୂର ଏକ ପାହାଡ଼ରେ ପୋଡି ଦେଇଥିଲେ। ଏପଟେ ପରିବାର ଲୋକେ ସୁଦାମଙ୍କୁ ବହୁ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସନ୍ଧାନ ପାଇ ନ ଥିଲେ। ପରେ ତାଙ୍କୁ ହତ୍ୟା କରାଯାଇଥିବା ଶୁଣିବାକୁ ପାଇଥିଲେ। ଅଭିଯୁକ୍ତମାନେ ସୁଦାମଙ୍କ ସ୍ତ୍ରୀ ବାସନ୍ତୀ ଏବଂ ତାଙ୍କ ପିଲାମାନଙ୍କୁ ହତ୍ୟା ଧମକ ଦେବାରୁ ସେମାନେ କେଉଁଠି ଅଭିଯୋଗ କରି ନ ଥିଲେ। ବାହାରେ ରହୁଥିବା ସୁଦାମଙ୍କ ସାନଭାଇ ପ୍ରତାପ ଏହା ଜାଣିବା ପରେ ଶନିବାର ବ୍ରାହ୍ମଣୀଗାଁ ଥାନାକୁ ଆସି ଅଭିଯୋଗ କରିଥିଲେ। ପୋଲିସ ମାମଲା (ନଂ.୭/୨୦) ରୁଜୁ କରି ତଦନ୍ତ ଚଳାଇଥିଲା। ହତ୍ୟାରେ ବ୍ୟବହୃତ ଏକ ମାରଣାସ୍ତ୍ର ଓ ମୃତଦେହ ପୋଡ଼ାଯାଇଥିବା ସ୍ଥାନରୁ ହାଡ଼, ପାଉଁଶ ଜବତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ମଦ ବନ୍ଦ ଦାବିରେ ଅବକାରୀ ଥାନା ଘେରିଲେ ମହିଳା

ପାଟଣା,୨ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣାବ୍ଲକ ବଡ଼ ପାଟଣା ପଞ୍ଚାୟତ ଓ ଟାଙ୍ଗରପଡ଼ା ପଞ୍ଚାୟତ ବିଭିନ୍ନ ଗ୍ରାମର ଶତାଧିକ ମହିଳା କେନ୍ଦୁଝର ଏମ୍‌ପି ଅନନ୍ତ ନାୟକଙ୍କ ଅବକାରୀ…

ଏପ୍ରିଲ ୨୦ରେ ଐତିହାସିକ ଚନ୍ଦନ ଯାତ୍ରା, ଠାକୁରଙ୍କ ନୌବିହାର ପାଇଁ ଆସିଲା ଡ଼ଙ୍ଗା

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ କରଣ ସାହି ସ୍ଥିତ ଶ୍ରୀଶ୍ରୀ ମଦନ ମୋହନ ଗୋପାଳ ସ୍ୱାମୀଙ୍କ ପୀଠରେ ଚଳିତ ମାସ ରୁ ଆରମ୍ଭ ହେବ…

ମୁହାଁମୁହିଁ ଧକ୍କା ହୋଇ ଓଲଟିପଡିଲା ଅଟୋ, ଦୁଇ ଯାତ୍ରୀ….

ନନ୍ଦପୁର,୨।୪(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ହାଣ୍ଡିପୁଟ ସଂଯୋଗୀ ଏମଡିଆର ୫୫ ରାସ୍ତାର ହିକିମପୁଟ-ମାରଡା ଛକ ମଧ୍ୟରେ ଗୁରୁବାର ସକାଳେ ଏପି୩୯ ଟିଏମ ୦୦୬୫ ଓ ଓଡ଼ି ୧୦…

ନଦୀକୁ ଡେଇଁ କରୁଥିଲେ ରିଲସ, ପାଣିରେ ବୁଡ଼ି ଯୁବକ….

ଭଦ୍ରକ,୨।୪(ସନାତନ ରାଉତ): ରିଲସ କରିବା ହେଲା କାଳ । ଗୁରୁବାର ଭଦ୍ରକ ପୁରୁଣା ବଜାର ଥାନା ସଂଥିଆ ପୋଲ ଉପରୁ ସାଳନ୍ଦୀ ନଦୀକୁ ଡେଇଁ ୨ ଯୁବକ…

ଫିଲ୍ମ ଷ୍ଟାଇଲ୍‌ରେ ଗୋରୁ ଗାଡ଼ିକୁ ୧୨ କିଲୋମିଟର ଗୋଡ଼ାଇ ଗୋଡ଼ାଇ ଶେଷରେ ପୋଲିସ…

ପରଜଙ୍ଗ,୨ା୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ପୋଲିସ ଫିଲ୍ମ ଷ୍ଟାଇଲରେ ପ୍ରାୟ ୧୨ କିଲୋମିଟର ରାସ୍ତା ଗୋଡ଼ାଇ ଗୋଡ଼ାଇ ଗୋରୁ ଗାଡ଼ି ଧରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri