ଗୁଡ଼ ବି ବଢ଼ାଏ ସୌନ୍ଦର୍ଯ୍ୟ: ଜାଣନ୍ତୁ କିପରି

ଚିନି ବଦଳରେ ଗୁଡ଼ ଖାଇବାକୁ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି। ଏପରିକି କିଛି ଲୋକ ଗୁଡ଼କୁ ପସନ୍ଦ କରିଥାନ୍ତି। ତେବେ କେବଳ ଯେ, ସ୍ବାସ୍ଥ୍ୟ ପାଇଁ ଗୁଡ଼ ଭଲ ତାହା ନୁହେଁ, ସୌନ୍ଦର୍ଯ୍ୟ ବଢ଼ାଇବାରେ ମଧ୍ୟ ଗୁଡ଼ର ଭୂମିକା ରହିଛି। ଏହା ଚେହେରା ସହ କେଶ ପାଇଁ ମଧ୍ୟ ଉପକାରୀ ହୋଇଥାଏ। ତେବେ ଜାଣନ୍ତୁ ଗୁଡ଼ କିଭଳି ଆପଣଙ୍କୁ ସୁନ୍ଦର କରିଥାଏ।

-ଗୁଡ଼ କେଶକୁ ଘନ ଓ ସୁନ୍ଦର କରିଥାଏ। ଦହି, ମୁଲ୍‌ତାନି ମାଟି ଓ ଗୁଡ଼ରେ ପାଣି ମିଶାଇ ଏକ ପ୍ୟାକ୍‌ ପ୍ରସ୍ତୁତ କରନ୍ତୁ। ଏହି ପ୍ୟାକ୍‌କୁ କେଶ ଧୋଇବାର ଏକ ଘଣ୍ଟା ପୂର୍ବରୁ ଲଗାନ୍ତୁ। ଏହି ପ୍ୟାକ୍‌ କେଶକୁ ମୋଟା କରିବା ସହ ଶକ୍ତ କରିଥାଏ।

-ବୟସ ବଢ଼ିବା ସହ ଚେହେରାରେ ଦେଖାଯାଉଥିବା ଚର୍ମ କୁଞ୍ଚନରୁ ମୁକ୍ତି ପାଇବା ଲାଗି ପ୍ରତିଦିନ ଗୁଡ଼ ଖାଆନ୍ତୁ।

-ନିୟମିତ ଗୁଡ଼ ଖାଇଲେ ଚେହେରାରେ କୌଣସି ପ୍ରକାର ଦାଗ ଦେଖାଯାଇ ନ ଥାଏ। ଚାହିଁଲେ ଏହାର ପ୍ୟାକ୍‌କୁ ମୁଁହରେ ଲଗାଇ ପାରିବେ। ଏକ ଚାମଚ୍‌ ଗୁଡ଼, ଅଳ୍ପ ଟମାଟୋ ରସ, ଲେମ୍ବୁ ରସ ଓ ଦହିରେ କିଛି ଗ୍ରୀନ୍‌ ଟି ମିଶାଇ ପ୍ୟାକ୍‌ ପ୍ରସ୍ତୁତ କରନ୍ତୁ, ଏହାକୁ ୧୫ ମିନିଟ୍‌ ମୁହଁରେ ଲଗାଇବା ପରେ ଧୋଇ ଦିଅନ୍ତୁ।

-ଗୁଡ଼ରେ ଅନେକ ପ୍ରକାର ଭିଟାମିନ୍‌ ଓ ଖଣିଜଲବଣ ରହିଛି। ଗୁଡ଼ ଖାଉଥିବା ବ୍ୟକ୍ତିଙ୍କଠାରେ କୋଷ୍ଠକାଠିନ୍ୟର ସମସ୍ୟା ଦେଖାଯାଇ ନ ଥାଏ। ଅନ୍ୟପକ୍ଷେ ପେଟ ସଫା ରହିଲେ ମୁହଁ ଉଜ୍ଜ୍ବଳ ଦିଶିଥାଏ। ଉଷୁମ ପାଣି କିମ୍ବା ଚା’ରେ ଗୁଡ଼ ମିଶାଇ ପିଇଲେ ମଧ୍ୟ ଭଲ।

-ରକ୍ତ ସଫା ନ ହେବା କାରଣରୁ ମଧ୍ୟ ତ୍ୱଚାରେ ଅନେକ ପ୍ରକାର ସମସ୍ୟା ଦେଖାଯାଇଥାଏ। ଗୁଡ଼ ଖାଇ ଏହି ସମସ୍ୟା ସମାଧାନ କରି ହେବ।