Categories: ଜାତୀୟ

ଗୁଜୁରାଟ ଗସ୍ତରେ ମୋଦି: ରାସ୍ତା ପାଲଟିଲା ଜନସମୁଦ୍ର

ନୂଆଦିଲ୍ଲୀ,୨୬।୫: ଲୋକ ସଭା ନିର୍ବାଚନରେ ଐତିହାସିକ ବିଜୟ ହାସଲ କରିବା ପରେ ପ୍ରଥମଥର ପାଇଁ ଗୁଜୁରାଟ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅହମଦାବାଦ୍‌ରେ ପହଞ୍ଚିବା ପରେ ମୋଦିଙ୍କ ଜୋରଦାର ସ୍ବାଗତ କରାଯାଇଥିଲା। ଏୟାରପୋର୍ଟରୁ ଭାଜପା ଅଫିସ୍‌ ଯିବା ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱରେ ଜନସମୁଦ୍ର ଦେଖାଯାଇଥିଲା। ଭାଜପା ଅଫିସରେ ପହଞ୍ଚିବା ପରେ ମୋଦି ସର୍ଦ୍ଦାର ପଟେଲଙ୍କ ମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ସୁରତ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ଛାତ୍ରଙ୍କ ପରିବାରକୁ ସମବେଦନା ଜ୍ଞାପନ କରିଥିଲେ। ଏଥିସହ ଗୁଜୁରାଟର ସମସ୍ତ ୨୬ଟି ଲୋକ ସଭା ଆସନରେ ଭାଜପା ଜିତିଥିବାରୁ ସେ ଲୋକଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହିଅବସରରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଉପସ୍ଥିତି ଥିଲେ। ସୂଚନାଯୋଗ୍ୟ, ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ ମୋଦି ପ୍ରଥମେ ତାଙ୍କ ମା ହୀରା ବେନଙ୍କୁ ଭେଟି ଆଶୀର୍ବାଦ ନେବେ। ସୋମବାର ସକାଳୁ ତାଙ୍କ ନିର୍ବାଚନମଣ୍ଡଳୀ ବନାରସ ଯାଇ ଲୋକଙ୍କୁ ଧନ୍ୟବାଦ ଦେବାର କାର୍ଯ୍ୟକ୍ରମ ରହିଛି।

Share