Categories: ଜାତୀୟ

ଏପ୍ରିଲରେ ‘ତିରଙ୍ଗା ଯାତ୍ରା’ ଆରମ୍ଭ କରିବ ଏଏପି

ଗାନ୍ଧିନଗର,୧୧।୩: ପଞ୍ଜାବରେ ବିପୁଳ ମାତ୍ରାରେ ବିଜୟ ପରେ ଆମ୍‌ ଆଦ୍‌ମୀ ପାର୍ଟି ଆଗାମୀ ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଯୋଜନା ଆରମ୍ଭ କରିଦେଇଛି। ଗୁରୁବାର ଏକ ଟୁଇଟର ପୋଷ୍ଟରେ ଏଏପି ଲେଖିଛି ଯେ, ଦିଲ୍ଲୀ ଏବଂ ପଞ୍ଜାବ ପରେ ଏବେ ଗୁଜରାଟ ‘ଏଏପି’ ଚାହୁଁଛି।

ଏଏପି ଚଳିତ ବର୍ଷ ଏପ୍ରିଲରେ ଗୁଜରାଟରେ ‘ତିରଙ୍ଗା ଯାତ୍ରା’ ଆରମ୍ଭ କରିବ। ଗୁଜରାଟର ସମସ୍ତ ଜିଲାର ସବୁ ତହସିଲ ଏବଂ ଗ୍ରାମ ପଞ୍ଚାୟତରେ ଏହି ଯାତ୍ରା କରାଯିବ। ଏଏପିର ମୁଖ୍ୟ ଅରବିନ୍ଦ କେଜ୍‌ରିଓ୍ବାଲ ଏବଂ ତାଙ୍କ ଦଳର ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନଙ୍କ୍‌ ସହ ଖୁବ୍‌ଶୀଘ୍ର ଗୁଜରାଟ ଗସ୍ତ କରିବେ ବୋଲି ଜଣାପଡିଛି।

 

Share