Categories: ଜାତୀୟ

ଗୁଜରାଟ ମୁହାଁ ହେଉଛି ‘ମାହା’

ନୂଆଦିଲ୍ଲୀ,୫।୧୧: ଆରବ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ଼ ‘ମାହା’ ଏବେ ତା’ର ଦିଗ ପରିବର୍ତ୍ତନ କରୁଛି ବୋଲି କହିଛି ପାଣିପାଗ ବିଭାଗ। ଏବେ ଏହା ଗୁଜରାଟ ମୁହାଁ ହେଉଛି। ଏହାର ପ୍ରଭାବରେ ଗୁଜରାଟରେ ମଙ୍ଗଳବାରଠାରୁ ବର୍ଷା ଆରମ୍ଭ ହୋଇଯାଇଛି। ମହାରାଷ୍ଟ୍ର, ଗୁଜରାଟ, ଦାମନ ଓ ଡିଉ, ଦାଦର ଓ ନଗର ହାଭେଲିରେ ଅନେକ ସ୍ଥାନରେ ଏହାର ପ୍ରଭାବ ଦେଖିବାକୁ ମିଳିବ। ଏଠାରେ ୬ ଓ ୭ ନଭେମ୍ବରରେ ପବନ ସହ ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରାଯାଇଛି। ଏହି ସମୟରେ ସମୁଦ୍ରରେ ଉଚ୍ଚ ଜୁଆର ଆସୁଥିବାରୁ ମତ୍ସଜୀବିଙ୍କୁ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ କୁହାଯାଇଛି। ସ୍କାଏମେଟର ରିପୋର୍ଟ ଅନୁଯାୟୀ, ‘ମାହା’ର ପ୍ରଭାବରେ ଦକ୍ଷିଣ କୋଙ୍କଣ ଓ ଦକ୍ଷିଣ ମହାରାଷ୍ଟ୍ରରେ ହାଲ୍‌କା ବର୍ଷା ହୋଇପାରେ। ଆଣ୍ଡାମାନ ଓ ନିକୋବର ଦ୍ୱୀପରେ କିନ୍ତୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

Share