Categories: ଜାତୀୟ

ଗୁଜରାଟ ମହାରାଷ୍ଟ୍ରର ଛୋଟଭାଇ: ମୋଦି

ନାସିକ୍‌,୧୯।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପୂର୍ବରୁ ନାସିକ୍‌ଠାରେ ଏକ ସାଧାରଣ ସଭାରେ ଯୋଗଦେଇ କହିଛନ୍ତି ଯେ, ଗୁଜରାଟ ହେଉଛି ମହାରାଷ୍ଟ୍ରର ଛୋଟ ଭାଇ। ମୁଁ ଗୁଜରାଟରୁ ମହାରାଷ୍ଟ୍ରକୁ ଆସିଛି। ଏହାସହିତ ସେ କେନ୍ଦ୍ର ସରକାରଙ୍କ ଉପଲବ୍ଧି ସମ୍ପର୍କରେ ସମବେତ ଜନତାଙ୍କୁ ଅବଗତ କରାଇଛନ୍ତି। ଏବେ ଘରେ ଘରେ ପିଇବା ପାଣି ପହଞ୍ଚାଇବା ଲକ୍ଷ୍ୟ ନେଇ ସରକାର କାର୍ଯ୍ୟଧାରା ପ୍ରସ୍ତୁତ କରିଥିବା ସେ ସୂଚନା ଦେଇଛନ୍ତି। ଗୃହପାଳିତ ପ୍ରାଣୀଙ୍କ ଟୀକାକରଣ କାର୍ଯ୍ୟ ଜାରି ରହିଛି। ତେବେ ଏହା ଭୋଟ ପାଇଁ ନୁହେଁ ଦେଶର ହିତ ଲାଗି କରାଯାଉଥିବା ସେ କହିଛନ୍ତି। ସୂଚନାଯୋଗ୍ୟ, ଗତ ୧୨ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ମୋଦି ମହାରାଷ୍ଟ୍ର ଗସ୍ତ କରିଛନ୍ତି। ପୂର୍ବରୁ ସେପ୍ଟେମ୍ବର ୭ରେ ସେ ମୁମ୍ବାଇ ଏବଂ ଔରଙ୍ଗାବାଦ୍‌ ଗସ୍ତ କରିଥିଲେ।

Share