Categories: ଜାତୀୟ

ଗୁଜରାଟ ପରାଜୟର କାରଣ ଖୋଜିବାକୁ କମିଟି ଗଠନ କଲା କଂଗ୍ରେସ

ନୂଆଦିଲ୍ଲୀ,୪।୧: ସଦ୍ୟ ସମାପ୍ତ ଗୁଜରାଟ ବିଧାନସଭା ନିର୍ବାଚନରେ କଂଗ୍ରେସର ପ୍ରଦର୍ଶନକୁ ମୂଲ୍ୟାୟନ କରିବା ସହ ପ୍ରତିକାର ପଦକ୍ଷେପ ସମ୍ପର୍କରେ ପ୍ରସ୍ତାବ ଦେବା ଲାଗି ଦଳ ପକ୍ଷରୁ ବୁଧବାର ୩ ଜଣିଆ ଫ୍ୟାକ୍ଟ-ଫାଇଣ୍ଡିଂ କମିଟି ଗଠନ କରାଯାଇଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଗଠନ କରିଥିବା ଏହି କମିଟିରେ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ନୀତିନ ରାଉତ୍‌ ଅଧ୍ୟକ୍ଷ ଥିବାବେଳେ ସକିଲ ଅହମଦ ଖାନ୍‌ ଏବଂ ସପ୍ତଗିରି ଉଲାକା ସଦସ୍ୟ ରହିଛନ୍ତି। ଦୁଇ ସପ୍ତାହ ମଧ୍ୟରେ କମିଟି ଏହାର ରିପୋର୍ଟ କଂଗ୍ରେସ ଅଧ୍ୟକ୍ଷଙ୍କୁ ପ୍ରଦାନ କରିବ ବୋଲି ଏଆଇସିସି ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳ କହିଛନ୍ତି। ୧୮୨ ଆସନ ବିଶିଷ୍ଟ ଗୁଜରାଟ ବିଧାନସଭା ନିର୍ବାଚନରେ କଂଗ୍ରେସ ମାତ୍ର ୧୭ଟି ଆସନ ଜିତିଥିଲା। ଏହି ଦଳକୁ ୨୭.୨୮ ପ୍ରତିଶତ ଭୋଟ ମିଳିଥିଲା, ଯାହାକି ଗୁଜରାଟରେ ଦଳ ପାଇଁ ସବୁଠୁ ନୈରାଶ୍ୟଜନକ ପ୍ରଦର୍ଶନ।

Share