Categories: ଜାତୀୟ

ଗୁଜରାଟ ଦଙ୍ଗା ପରେ ମୋଦିଙ୍କୁ ବରଖାସ୍ତ କରିବାକୁ ଚାହୁଁଥିଲେ ବାଜପେୟୀ: ଯଶଓ୍ବନ୍ତ ସିହ୍ନା

ନୂଆଦିଲ୍ଲୀ,୧୧ା୫: ଗୁଜରାଟ ଦଙ୍ଗା ପରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବରଖାସ୍ତ କରିବା ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଚାହୁଁଥିଲେ। ଏନେଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶଓ୍ବନ୍ତ ସିହ୍ନା ପ୍ରକାଶ କରିଛନ୍ତି। ୨୦୦୨ ଦଙ୍ଗା ପରେ ବାଜପେୟୀଙ୍କ ଏଭଳି ନିଷ୍ପତ୍ତିୀ ବାଧା ଦେଇଥିଲେ ତତ୍କାଳୀନ ସୌରାଷ୍ଟ୍ର ମନ୍ତ୍ରୀ ଲାଲ୍‌କୃଷ୍ଣ ଆଡଓ୍ବାଣୀ। ସେ ସୌରାଷ୍ଟ୍ର ମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଚେତାବନୀ ଦେଇଥିଲେ। ଫଳରେ ମୋଦି ରକ୍ଷା ପାଇଥିଲେ ବୋଲି ସେ କହିଛନ୍ତି। ଏକ ସାକ୍ଷାତ୍‌କାର କାର୍ଯ୍ୟକ୍ରମରେ ସିହ୍ନା ଏପରି କହିଛନ୍ତି। ଏହାକୁ ନେଇ ଏବେ ଚର୍ଚ୍ଚା ଜାରି ରହିଛି।

Share