Posted inଜାତୀୟ

ଗୁଜରାଟରେ ରିସର୍ଟ ରାଜନୀତି ସରଗରମ

ଅହମଦାବାଦ,୮ା୬: ରାଜ୍ୟ ସଭା ନିର୍ବାଚନ ପୂର୍ବରୁ ଗୁଜରାଟ ରାଜନୀତି ସରଗରମ ହୋଇଛି। ଶାସକ ଭାଜପା ପକ୍ଷରୁ ଘୋଡ଼ାବେପାର କରାଯିବା ଆଶଙ୍କାରେ କଂଗ୍ରେସ ବିଧାୟକମାନଙ୍କୁ ରାଜକୋଟ ଜିଲାସ୍ଥିତ ଏକ ହୋଟେଲରେ ରଖାଯାଇଛି। ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ ଅଭିଯୋଗରେ କଂଗ୍ରେସ ବିଧାୟକମାନେ ଅବସ୍ଥାନ କରୁଥିବା ରିସର୍ଟ ବିରୋଧରେ ମାମଲା ଦାଏର ହୋଇଛି।
ଗୁଜରାଟର ୪ ରାଜ୍ୟ ସଭା ଆସନ ପାଇଁ ଆସନ୍ତା ୧୯ରେ ନିର୍ବାଚନ ହେବ। କଂଗ୍ରେସର ୩ ବିଧାୟକ ଅକ୍ଷୟ ପଟେଲ, ଜିତୁ ଚୌଧରୀ ଓ ବ୍ରଜେଶ ମେର୍ଜା ଇସ୍ତଫା ଦେବା ପରେ ୧୮୨ ଆସନ ବିଶିଷ୍ଟ ରାଜ୍ୟ ବିଧାନସଭାରେ ଦଳର ସଦସ୍ୟଙ୍କ ସଂଖ୍ୟା ୬୫କୁ ଖସିଛି। ଏହି ବିଧାୟକମାନଙ୍କ ମଧ୍ୟରୁ ୫-୬ ଜଣଙ୍କୁ ଛାଡ଼ିଦେଲେ ଅନ୍ୟମାନେ ରାଜକୋଟର ନୀଲ୍ସ ସିଟି ରିସର୍ଟରେ ରହୁଛନ୍ତି। ପୋଲିସ ଉକ୍ତ ରିସର୍ଟ ମାଲିକ ଓ ମ୍ୟାନେଜରଙ୍କ ବିରୋଧରେ ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ ଅଭିଯୋଗରେ ଏଫ୍‌ଆଇଆର୍‌ କରିଛି। କାରଣ ସୋମବାର ପର୍ଯ୍ୟନ୍ତ ହୋଟେଲ ନ ଖୋଲିବା ପାଇଁ କଟକଣା ରହିଛି। ଦଳ ପକ୍ଷରୁ ଅନ୍ୟ ଏମ୍‌ଏଲ୍‌ଏମାନଙ୍କୁ ବନାସକାଣ୍ଟା ଜିଲାର ଅମ୍ବାଜୀ ଓ ଆନନ୍ଦରେ ଥିବା ଦୁଇଟି ରିସର୍ଟରେ ରଖାଯାଇଛି। ରାଜ୍ୟ ସଭା ନିର୍ବାଚନ ଶେଷ ହେବା ଯାଏ ବିଧାୟକମାନେ ହୋଟେଲରେ ରହିବେ ବୋଲି କଂଗ୍ରେସ ମୁଖପାତ୍ର ମନୀଷ ଦୋଷୀ କହିଛନ୍ତି। ଇତିମଧ୍ୟରେ କଂଗ୍ରେସ ପକ୍ଷରୁ ଉପରୋକ୍ତ ବିଧାୟକମାନଙ୍କ ମଧ୍ୟରୁ ୨୫ ଜଣଙ୍କୁ ଗୁଜରାଟରୁ ପଡ଼ୋଶୀ ରାଜସ୍ଥାନର ଏକ ରିସର୍ଟକୁ ସ୍ଥାନାନ୍ତର କରାଯାଇଛି। ଲକ୍‌ଡାଉନ୍‌ ନିୟମକୁ ଉଲ୍ଲଂଘନ କରି ସେମାନଙ୍କୁ ସିରୋହିସ୍ଥିତ ଓ୍ବାଇଲ୍ଡ ଓ୍ବିଙ୍ଗ୍‌ସ ରିସର୍ଟକୁ ନିଆଯାଇଥିବା ଭାଜପା ଅଭିଯୋଗ ଆଣିଛି।
ଗତ ମାର୍ଚ୍ଚ ୨୬ରେ ରାଜ୍ୟ ସଭା ନିର୍ବାଚନ ହେବାକୁ ଥିବା ବେଳେ ଏହା ପୂର୍ବରୁ କଂଗ୍ରେସର ୫ ବିଧାୟକ ଇସ୍ତଫା ଦେଇଥିଲେ। ଫଳରେ ବାକି ବିଧାୟକମାନଙ୍କୁ ଜୟପୁରସ୍ଥିତ ଏକ ହୋଟେଲରେ ରଖାଯାଇଥିଲା। ପରେ ଏହି ନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା। ଏବେ କଂଗ୍ରେସ ବିଧାୟକଙ୍କ ସଂଖ୍ୟା ୬୫କୁ ଖସିଥିବାରୁ ଦଳ ଦୁଇଟି ରାଜ୍ୟ ସଭା ଆସନରେ ବିଜୟୀ ହେବା ଆଶା ମଉଳିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri