ଗୁଜବ ପ୍ରଚାର କଲେ ଅପରାଧ ବିବେଚନା ହେବ

ଭୁବନେଶ୍ୱର, ୧୪।୩ (ବ୍ୟୁରୋ): କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଗାଇଡଲାଇନ୍‌ ଜାରି ହୋଇଛି। ରାଜ୍ୟ ସରକାର କରୋନା ଭାଇରସ ଡିଜିଜ୍‌- ୨୦୧୯ ଅର୍ଥାତ୍‌ କୋଭିଡ଼-୧୯କୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରି ମହାମାରୀ ଆଇନ୍‌ ୧୮୯୭ର ଧାରା ୨, ୩ ଓ ୪ ବଳରେ କେତେକ ନିୟମାବଳୀ ପ୍ରସ୍ତୁତ କରିଛନ୍ତି। ଯାହାକୁ ‘ଓଡ଼ିଶା କୋଭିଡ଼-୧୯ ନିୟମାବଳୀ, ୨୦୨୦’ ବୋଲି କୁହାଯାଉଛି। ଏହି ଅନୁସାରେ ସ୍ବାସ୍ଥ୍ୟ ଓ ଜନସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ, ଡିଏମ୍‌ଇଟି, ସମସ୍ତ ଜିଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ କରୋନା ସଂକ୍ରମଣ ରୋକିବା ପାଇଁ ଅଧିକୃତ କରାଯାଇଛି। କରୋନା ସନ୍ଦିଗ୍ଧଙ୍କ ଚିହ୍ନଟ ପାଇଁ ସମସ୍ତ ସରକାରୀ ଓ ଘରୋଇ ହସ୍ପିଟାଲରେ ସ୍କ୍ରିନିଂର ସ୍ବତନ୍ତ୍ର ସ୍ଥାନ ରହିବ। ସନ୍ଦିଗ୍ଧଙ୍କ ସ୍କ୍ରିନିଂ ସମୟରେ ସେମାନେ କୋଭିଡ-୧୯ ପ୍ରଭାବିତ ଦେଶକୁ ବୁଲିବାକୁ ଯାଇଥିଲେ ନା ନାହିଁ ହସ୍‌ପିଟାଲ କର୍ତ୍ତୃପକ୍ଷ ତା’ର ରେକର୍ଡ ରଖିବେ। ଏପରି କି କରୋନା ରୋଗୀ କିମ୍ବା ସନ୍ଦିଗ୍ଧ କାହା ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କ ବାବଦରେ ତଥ୍ୟ ରଖାଯିବ। ଗତ ୧୪ ଦିନ ଭିତରେ ପ୍ରଭାବିତ ଦେଶକୁ ଗସ୍ତ କରିଥିଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ୧୪ ଦିନ ପାଇଁ ସ୍ବତନ୍ତ୍ର ନିରୀକ୍ଷଣରେ ଅଲଗା ଭାବେ ରଖାଯିବ। ସନ୍ଦିଗ୍ଧଙ୍କଠାରେ କୋଭିଡ଼-୧୯ର କୌଣସି ଲକ୍ଷଣ ଦେଖାଗଲେ ତାଙ୍କୁ ହସ୍‌ପିଟାଲରେ ନିରୀକ୍ଷଣରେ ରଖାଯିବ। ଘଟଣାର ସୂଚନା ତୁରନ୍ତ ସମନ୍ବିତ ରୋଗ ନିରୀକ୍ଷଣ କେନ୍ଦ୍ର, ଜିଲାପାଳ କିମ୍ବା ମ୍ୟୁନିସିପାଲ କମିଶନରଙ୍କୁ ଦିଆଯିବ।
ସେହିପରି କରୋନା ସମ୍ବନ୍ଧରେ ଗୁଜବ ରୋକିବା ପାଇଁ ଉକ୍ତ ନିୟମାବଳୀ କଠୋର କରାଯାଇଛି। କୌଣସି ବ୍ୟକ୍ତି, ଅନୁଷ୍ଠାନ ବା ସଂସ୍ଥା ଦ୍ୱାରା କରୋନା ଭାଇରସ ସଂକ୍ରାନ୍ତରେ ତ୍ରୁଟିପୂର୍ଣ୍ଣ ସୂଚନାକୁ ଛାପା, ବୈଦ୍ୟୁତିକ କିମ୍ବା ସାମାଜିକ ଗଣମାଧ୍ୟମରେ ପ୍ରଚାର କରିପାରିବେ ନାହିଁ, ଯେପର୍ଯ୍ୟନ୍ତ ସେହି ତଥ୍ୟ ଜିଲାପାଳ କିମ୍ବା ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ଦ୍ୱାରା ଅନୁମୋଦିତ ନ ହୋଇଛି। ଯଦି ଏଭଳି ଅପପ୍ରଚାର କରୁଥିବାର ପ୍ରମାଣ ମିଳେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ ହେବ। କରୋନା ମୁକାବିଲାକୁ ସରକାରୀ ନିୟନ୍ତ୍ରଣରେ ରଖିବା ପାଇଁ ଆଉ କେତେକ କଟକଣା ଲଗାଯାଇଛି। ଘରୋଇ ଲାବୋରାଟୋରିଗୁଡ଼ିକ କୋଭିଡ଼-୧୯ର ପରୀକ୍ଷା କରିପାରିବେ ନାହିଁ। କେବଳ ସରକାରୀ ଆଇଡିଏସ୍‌ପି ୟୁନିଟ୍‌ ଜରିଆରେ ନମୁନା ପରୀକ୍ଷା ପାଇଁ ପଠାଇବେ। ଗତ ୧୪ ଦିନ ଭିତରେ କରୋନା ପ୍ରଭାବିତ ଅଞ୍ଚଳକୁ ଗସ୍ତ କରିଥିଲେ ସ୍ବେଚ୍ଛାକୃତ ଭାବେ ଜଣାଇବାକୁ କୁହାଯାଇଛି। ରାଜ୍ୟ କଣ୍ଟ୍ରୋଲ ରୁମ୍‌ ନମ୍ବର ୦୬୭୪- ୨୩୯୦୪୬୬ରେ ଫୋନ କରି ଜଣାଇପାରିବେ। କୌଣସି ଲୋକଙ୍କଠାରେ କରୋନା ଲକ୍ଷଣ ଦେଖାଗଲେ ଅଧିକୃତ ଅଧିକାରୀ ତାଙ୍କୁ ସ୍ବତନ୍ତ୍ର ଭାବେ ରଖାଇପାରିବେ। ନିର୍ଦ୍ଦିଷ୍ଟ ଅଞ୍ଚଳରେ ସନ୍ଦିଗ୍ଧ ଚିହ୍ନଟ ହେଲେ ସେଠାକୁ ପ୍ରବେଶ ଓ ପ୍ରସ୍ଥାନ ଉପରେ କଟକଣା ଲଗାଇ ପାରିବେ। ସନ୍ଦିଗ୍ଧ ରୋଗୀ ଓ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଚାହିଁଲେ ସ୍ବତନ୍ତ୍ର ଭାବେ ଏକୁଟିଆ ରଖାଇ ପାରିବେ। ଏସବୁ ନିୟମାବଳୀ ନ ମାନିଲେ ଦଣ୍ଡନୀୟ ଅପରାଧ ବୋଲି ବିଚାର କରାଯିବ। ଭାରତୀୟ ଦଣ୍ଡବିଧି ଆଇନର ଧାରା ୧୮୮ ଅନୁସାରେ ଉଲ୍ଲଂଘନକାରୀଙ୍କ ଉପରେ ଅଧିକୃତ ଅଧିକାରୀ ଜରିମାନା କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ମୁଖ୍ୟ ଶାସନ ସଚିବଙ୍କୁ ୧୫ ସୂତ୍ରୀ ନିର୍ଦେଶାବଳୀ ଦେଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କ’ଣ…

ଭୁବନେଶ୍ୱର,୧।୧: ଶାସନ ପ୍ରଶାସନକୁ କ୍ରିୟାଶୀଳ କରିବାକୁ ନୂଆ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ମୁଖ୍ୟମନ୍ତ୍ରୀ୧୫ ଦଫା ନିର୍ଦ୍ଦେଶନାମା ପ୍ରଦାନ କରିଛନ୍ତି। ଲକ୍ଷ୍ୟ ହାସଲ ପାଇଁ...

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା: ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ ଧାନକିଣା, ସବୁ ଚାଷୀଙ୍କ ଆକାଉଣ୍ଟକୁ…

ଭୁବନେଶ୍ୱର,୧ା୧: ଚଳିତ ବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ମଣ୍ଡିରେ ଧାନକିଣା ଚାଲିବ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଘୋଷଣା କରିଛନ୍ତି। ସେ ପ୍ରତିକ୍ରିୟା ଦେଇ କହିଛନ୍ତି,...

ବର୍ଷର ଶେଷ ଦିନରେ ଜମିଲା ଆମିଷ ବଜାର, ୭ କୋଟିର ଖାଇଦେଲେ ରାଜଧାନୀବାସୀ

ଭୁବନେଶ୍ୱର,୧।୧(ଅନୁରାଧା ମହାରଣା)- ବର୍ଷର ଶେଷ ଦିନରେ ଭୁବନେଶ୍ୱରରେ ଆମିଷ ବ୍ୟବସାୟ ଜମିଥିଲା। ପ୍ରାୟ ୭ କୋଟି ୩୦ ଲକ୍ଷ ଟଙ୍କାର ଆମିଷ କିଣିଛନ୍ତି ଗ୍ରାହକ। ଖାସି...

ବିମାନବନ୍ଦରକୁ ଘେରି ରହିଛି କୁହୁଡ଼ି: ରନ୍‌ଓ୍ବେରେ ଫସିଲା ଅନେକ ବିମାନ

ଭୁବନେଶ୍ୱର,୧ା୧: ଗୁରୁବାର ସକାଳେ ଇଂରାଜୀ ନବବର୍ଷ ୨୦୨୬ର ପ୍ରଥମ ଦିନ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଘନ କୁହୁଡ଼ି ଯୋଗୁ ବିମାନ ଚଳାଚଳ ଗୁରୁତର...

ଇଂରାଜୀ ନବବର୍ଷର ଶୁଭେଚ୍ଛା ଜଣାଇଲେ ମୁଖ୍ୟ ଶାସନ ସଚିବ: କହିଲେ ରାଜ୍ୟ ପାଇଁ ଜଗନ୍ନାଥଙ୍କ ନିକଟରେ…

ଭୁବନେଶ୍ୱର,୧ା୧: କାର୍ଯ୍ୟ ଆରମ୍ଭ କରିଛନ୍ତି ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ। ଲୋକସେବା ଭବନରେ ପ୍ରଥମ ପ୍ରତିକ୍ରିୟାରେ ସେ ସମଗ୍ର ଓଡ଼ିଶାବାସୀଙ୍କୁ...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri