ଗୁଗ୍‌ଲ ପେ’ ୟୁଜର୍ସଙ୍କ ପାଇଁ ଚେତାବନୀ ଜାରି କଲା ଗୁଗ୍‌ଲ

ନୂଆଦିଲ୍ଲୀ,୨୨।୧୧:ଭାରତରେ ବ୍ୟବହୃତ ଶୀର୍ଷ ୟୁପିଆଇ ଦେୟ ମଧ୍ୟରୁ ଗୁଗଲ ପେ’ ଅନ୍ୟତମ। ଗୁଗଲ ଏହାର ସମସ୍ତ ଗୁଗ୍‌ଲ ପେ’ ୟୁଜର୍ସଙ୍କ ପାଇଁ ଏକ ବଡ ଆଲର୍ଟ ଜାରି କରିଛି। ଗୁଗଲ ଏହାର ୟୁଜର୍ସମାନଙ୍କୁ ଭୁଲରେ ମଧ୍ୟ ନିଜ ଫୋନରେ କିଛି ଆପ ଡାଉନଲୋଡ ନ କରିବାକୁ କହିଛି। ଗୁଗଲ କହିଛି, ଏହି ଆପ ମାଧ୍ୟମରେ ହ୍ୟାକର୍ସମାନେ ଆପଣଙ୍କ ଫୋନରେ ଆସୁଥିବା ଓଟିପି ଦେଖିପାରିବେ। ଏହା ବ୍ୟତୀତ ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟଗୁଡିକୁ ଟଙ୍କା ମଧ୍ୟ ଖାଲି ହୋଇଯାଇପାରେ।
ଗୁଗଲ ଏହାର ୟୁଜର୍ସମାନଙ୍କୁ ସ୍କ୍ରିନ ଶେୟାର୍‌(Screen Share)ଆପ ଡାଉନଲୋଡ କରିବାକୁ ମନା କରିଛି। ଗୁଗଲ କହିଛି ଯେ କୌଣସି ମୋବାଇଲ ଆପ ଡାଉନଲୋଡ କରନ୍ତୁ ନାହିଁ, ଯେଉଁଥିରେ ସ୍କ୍ରିନ ଶେୟାରିଂ ଏବଂ ରିମୋଟ କଣ୍ଟ୍ରୋଲର ବିକଳ୍ପ ଅଛି।
ସ୍କ୍ରିନ ଶେୟାରିଂ ଆପ ସାଧାରଣତଃ ଦୂରରୁ ଡିଭାଇସ ଠିକ୍‌ କରିବା ପାଇଁ ବ୍ୟବହୃତ ହୁଏ କିନ୍ତୁ ଆଜିକାଲି ଏହା ଲୋକଙ୍କୁ ଦୂରରୁ ଠକିବା ପାଇଁ ବ୍ୟବହୃତ ହେଉଛି। Screen Share, AnyDesk ଏବଂ TeamViewer ପରି ଆପ ବହୁତ ଲୋକପ୍ରିୟ ଅଟେ। ଏସବୁ ସ୍କ୍ରିନ ଶେୟାରିଂ ଆପ। ଏହି ଆପ୍ସର ସାହାଯ୍ୟରେ ଦୂରରେ ବସିଥିବା ଯୋକଣସି ଫୋନର ସ୍କ୍ରିନ ଦେଖିପାରିବେ।
ଏହି ଆପ୍ସର ସାହାଯ୍ୟରେ ଆପଣଙ୍କ ଫୋନରେ ସଞ୍ଚିତ ଯେକୌଣସି ସୂଚନା ଦେଖାଯାଇପାରିବ। ଓଟିପି ଗୁଡିକ ମଧ୍ୟ ଦେଖାଯାଇପାରିବ ଏବଂ ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟ ଖାଲି ହୋଇପାରିବ। ଯଦି ଏହି ଆପଗୁଡ଼ିକ ମଧ୍ୟରୁ କୌଣସିଟି ଆପଣଙ୍କ ଫୋନରେ ଅଛି ତେବେ ତୁରନ୍ତ ଏହାକୁ ଡିଲିଟ କରନ୍ତୁ ବୋଲି ଗୁଗଲ ଚେତାବନୀ ଦେଇଛି।

Share