ଗୁଗୁଲ ମ୍ୟାପ୍‌କୁ ପୂରିଲା ୧୫ ବର୍ଷ

ଓ୍ବାଶିଂଟନ,୮।୨: ଗୁଗୁଲ ମ୍ୟାପ୍‌କୁ ଶନିବାର ୧୫ ବର୍ଷ ପୂରିଛି। ଗୁଗୁଲ ଦ୍ୱାରା ବିକଶିତ ହୋଇଥିବା ଓ୍ବେବ୍‌ ମ୍ୟାପିଂ ସର୍ଭିସ୍‌ ୨୦୦୫ ଫେବୃୟାରୀ ୮ରେ ଶୁଭାରମ୍ଭ ହୋଇଥିଲା। ଏହାକୁ ଜିନ୍ସ ଇଲଷ୍ଟ୍ରୁପ୍‌ ରାସମୁସେନ୍‌ ଏବଂ ଲାରର୍‌ସ ରାସମୁସେନ୍‌ ଡିଜାଇନିଂ କରିଥିଲେ। ଏହା ଇଂଲିଶ୍‌, ଚାଇନିଜ୍‌ ସମେତ ଅନ୍ୟ ଭାଷାରେ ମଧ୍ୟ ଉପଲବ୍ଧ ହେଉଛି। ଗୁଗୁଲ ମ୍ୟାପ୍‌ ପ୍ରସ୍ତୁତିରେ ସି ++, ଜାଭା ସ୍କ୍ରିପ୍ଟ୍‌, ଏକ୍ସଏମ୍‌ଏଲ୍‌, ଆଜକ୍ସ୍‌ର ବ୍ୟବହାର କରାଯାଇଥିଲା। ଗୁଗୁଲ ମ୍ୟାପ୍‌ ସାଟେଲାଇଟ୍‌ ଫଟୋଚିତ୍ର ଆଧାରରେ ଏରିଆଲ୍‌ ଫଟୋଗ୍ରାଫି, ଷ୍ଟ୍ରିଟ୍‌ ମ୍ୟାପ୍‌, ରିୟଲ-ଟାଇମ୍‌ ଟ୍ରାଫିକ୍‌ ସ୍ଥିତି, ରୁଟ୍‌ ଫ୍ଲାନ୍‌ିଂ ଆଦି ଉପଲବ୍ଧ କରାଇଥାଏ।

Share