ଗୁଗୁଲ ମ୍ୟାପ ଦେଖି କାଦୁଅରେ ଫସିଗଲେ ଶହେ ଗାଡି

ଓ୍ବାଶିଂଟନ,୩୦।୬: ଗୁଗୁଲ ସବୁବେଳେ ସଠିକ୍‌ ତଥ୍ୟ ଦେଇଥାଏ ବୋଲି ଲୋକଙ୍କର ବିଶ୍ୱାସ ରହିଛି। ହେଲେ ଆମେରିକାର କିଛି ଲୋକ ଏହା ଉପରେ ବିଶ୍ୱାସ କରି ଏବେ ଫସି ଯାଇଛନ୍ତି। ସୂଚନା ଅନୁଯାୟୀ, ଆମେରିକାର କଲରାଡୋରେ ଥିବା ଡେନଓ୍ବର ବିମାନ ବନ୍ଦରକୁ ଯାଉଥିବା ରାସ୍ତା ଦୁର୍ଘଟଣା ପାଇଁ ଜାମ୍‌ ହୋଇଯାଇଥିଲା। ଏହାପରେ ସେହି ରାସ୍ତାରେ ଯାଉଥିବା ଅଧିକାଂଶ କାର୍‌ ଡ୍ରାଇଭର ଗୁଗୁଲ ମ୍ୟାପରେ ରାସ୍ତା ଖୋଜିଥିଲେ। ଆଉ ଏମାନେ ଏମିତି ରାସ୍ତା ପାଇଥିଲେ ଯେଉଁ ରାସ୍ତାରେ ଯିବା ପରେ ପ୍ରାୟ ଶହେରୁ ଊର୍ଦ୍ଧ୍ୱ ଗାଡି କାଦୁଅରେ ଫସି ଯାଇଥିଲେ। ଏହାର ଉତ୍ତରରେ ଗୁଗୁଲ କହିଛି ରାସ୍ତା ଠିକ୍‌ ଥିଲା ହେଲେ ଖରାପ ପାଗ ଯୋଗୁ ଏହା କାଦୁଅରେ ଭର୍ତ୍ତି ହୋଇ ଯାଇଥିଲା।

Share