ଗୁଗଲରେ ସର୍ବାଧିକଥର ସର୍ଚ୍ଚ କରାଯାଇଛି ଦେଶୀ ଗର୍ଲଙ୍କୁ

ମୁମ୍ବାଇ: ନିକଟରେ କରାଯାଇଥିବା ଏକ ରିସର୍ଚ୍ଚରୁ ଜଣାପଡିଛି ଯେ ବଲିଉଡ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କୁ ଗୁଗଲ ସର୍ଚ୍ଚରେ ସର୍ବାଧିକ ଥର ସର୍ଚ୍ଚ କରାଯାଇଛି। SEMrush studyର ଏକ ରିପୋର୍ଟରେ ଏହା କୁହାଯାଇଛି। ଏହି ରିପୋର୍ଟ ଆଧାରରେ ପ୍ରିୟଙ୍କାକୁ ୩୯ଲକ୍ଷ ଥର ସର୍ଚ୍ଚ କରାଯାଇଛି। ସେ ତାଲିକାର ସର୍ବୋଚ୍ଚ ସ୍ଥାନରେ ଥିବା ବେଳେ ତାଙ୍କ ପଛକୁ ଅଛନ୍ତି ବଲିଉଡ୍‌ ନାୟିକା ସନି ଲିଓନ। ସନି ନିଜ ବୋଲ୍ଡ ଲୁକ୍‌ରେ ଦର୍ଶକଙ୍କୁ ମତୁଆଲ କରି ଛାଡିଦେବା ପରେ ତାଙ୍କୁ ଗୁଗଲରେ ଅଧିକ ସର୍ଚ୍ଚ କରାଯାଉଛି ବୋଲି କୁହାଯାଉଛି। ଏଥର ତାଙ୍କୁ ୩୧ ଲକ୍ଷ ଥର ସର୍ଚ୍ଚ କରାଯାଇଛି ବୋଲି ଜଣାପଡିଛି। ସେହିପରି ସନିଙ୍କ ପରେ ନମ୍ବର ଆସୁଛି ବଲିଉଡ୍‌ କୁଇନ କ୍ୟାଟ୍ରିନା କୈଫଙ୍କର। ତାଙ୍କୁ ଗୁଗଲରେ ଦର୍ଶକେ ୧୯ ଲକ୍ଷ ଥର ସର୍ଚ୍ଚ କରିଛନ୍ତି। ଅଭିନେତାଙ୍କ କଥା ବିଚାରକୁ ନେଲେ ଜଣାପଡିଛି ଯେ ସଲମାନ ଖାଁଙ୍କୁୁ ଗୁଗଲରେ ସର୍ବାଧିକ ୨୧ ଲକ୍ଷ ଥର ସର୍ଚ୍ଚ କରାଯାଇଛି। ଏହାପରେ ରହିଛନ୍ତି ବଲିଉଡ୍‌ ନାୟକ ହ୍ରିତିକ ରୋଶନ। ତାଙ୍କୁ ଗୁଗଲରେ ୧୩ ଲକ୍ଷ ଥର ସର୍ଚ୍ଚ କରାଯାଇଥିବା ଜଣାପଡିଛି।

Share